Home ଓଡ଼ିଶା ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

57

– ଯୋଗ ଦିବସ ଏକତା ଓ ବିଶ୍ୱ ଭ୍ରାତୃତ୍ୱର ଦିନ 
– ଯୋଗ ପାରିବାରିକ ବନ୍ଧନକୁ ସୁଦୃଢ଼ କରେ
– କୋଭିଡ-୧୯ ଭୂତାଣୁ ବିରୋଧରେ ପ୍ରତିରୋଧ ଶକ୍ତି ବୃଦ୍ଧି କରେ ଯୋଗ 

ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ଏକତା ଓ ବିଶ୍ୱ ଭାଇଚାରାର ଦିନ। କୋଭିଡ-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଇଲେକ୍ଟ୍ରୋନିକ ଓ ଡିଜିଟାଲ ମଞ୍ଚରେ ପାଳିତ ହେଉଛି। ଲୋକେ ପରିବାର ସହିତ ନିଜ ଘରେ ଯୋଗ ଅଭ୍ୟାସ କରୁଛନ୍ତି। ଯୋଗ ସମସ୍ତଙ୍କୁ ଏକାଠି କରିପାରିଛି। ସାରା ବିଶ୍ୱରେ ମାଇ ଲାଇଫ- ମାଇ ଯୋଗ ଭିଡିଓ ବ୍ଲଗିଂ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ଏହାର ଲୋକପ୍ରିୟତାକୁ ଦର୍ଶାଉଛି। ଆମମାନଙ୍କୁ ବୃହତ ସମାବେଶରୁ ଦୂରେଇ ରହିବାକୁ ହେବ ଓ ପରିବାର ସହିତ ଘରେ ହିଁ ଯୋଗାଭ୍ୟାସ କରିବାକୁ ହେବ। ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ ‘ଘରେ ଯୋଗ ଓ ପରିବାର ସହ ଯୋଗ’ ରହିଛି। ଯୋଗ ପାରିବାରିକ ବନ୍ଧନକୁ ମଜବୁତ କରୁଛି। ପରିବାରରେ ପିଲା, ଯୁବକ, ବୟସ୍କ ଯୋଗାଭ୍ୟାସ କରିବାରୁ ପାରିବାରିକ ବନ୍ଧନ ମଜବୁତ ହେଉଛି। ଘରେ ସକାରାତ୍ମକ ଉର୍ଜା ପ୍ରବାହିତ ହେଉଛି। ଯୋଗ ଭାବନାତ୍ମକ ଦୃଢତାକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯୋଗ ଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ମଜବୁତ କରିଥାଏ। ଦୈନନ୍ଦିନ ଜୀବନରେ ପ୍ରାଣାୟମକୁ ନିଶ୍ଚିତ ଭାବେ ସାମିଲ କରିବାକୁ ପଡିବ। ପ୍ରାଣାୟାମ ବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ ଶାସତନ୍ତ୍ରକୁ ମଜବୁତ କରିଥାଏ। କୋଭିଡ-୧୯ ଭୂତାଣୁ ଯୋଗୁଁ ମୁଖ୍ୟତଃ ଶ୍ୱାସତନ୍ତ୍ର ପ୍ରଭାବିତ ହେଉଥିବାରୁ ବର୍ତ୍ତମାନ ସମୟରେ ପ୍ରାଣାୟାମର ବେଶ ପ୍ରାସଙ୍ଗିକତା ରହିଛି। ଯୋଗ ଏକତାର ଶକ୍ତି ଭାବେ ଉଭା ହୋଇଛି। କୌଣସି ଭେଦଭାବ ନରଖି ଏହା ମାନବୀୟ ସମ୍ପର୍କକୁ ମଜବୁତ କରିଥାଏ। ଜାତି, ବର୍ଣ୍ଣ, ଲିଙ୍ଗ, ବିଶ୍ୱାସର ଉଦ୍ଧ୍ୱର୍ରେ ଯେକୌଣସି ବ୍ୟକ୍ତି ଯୋଗକୁ ଆପଣାଇ ପାରିବେ। ଯଦି ଆମେ ନିଜକୁ ସୁସ୍ଥ ରଖିପାରିବା ତେବେ ସାରା ବିଶ୍ୱରେ ମାନବଜାତି ସୁସ୍ଥ ଓ ସୁଖୀ ହେବ। ଏହା କେବଳ ଯୋଗ ମାଧ୍ୟମରେ ସଫଳ ହୋଇପାରିବ।

ସଚେତନ ନାଗରିକ ଭାବେ ଆମେ ଏକ ପରିବାର ଓ ଏକ ସମାଜ ଭାବରେ ଏକାଠି ହୋଇ ଆଗକୁ ବଢିବା। ଘରେ ଯୋଗ ଓ ପରିବାର ସହିତ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଉଦ୍ୟମ କରିବା। ଆମେ ନିଶ୍ଚିତ ସଫଳ ହେବା ଓ ଜିତିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.