Home ଜିଲ୍ଲା ପରିକ୍ରମା ପୁଣ୍ୟ ଉତ୍କଳ ପକ୍ଷରୁ ବୀର ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ପୁଣ୍ୟ ଉତ୍କଳ ପକ୍ଷରୁ ବୀର ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

70

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୀନ ସୀମାନ୍ତର ଲଦାଖ-ଗାଲୱାନ ଭ୍ୟାଲିରେ ଯୁଦ୍ଧ ସମୟରେ ଭାରତର ୨୦ଜଣ ଯବାନ ସହୀଦ ହୋଇଛନ୍ତି। ସହୀଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ସେମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ରାଜ୍ୟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୁଣ୍ୟ ଉତ୍କଳର ଭଦ୍ରକ ଶାଖା ରାଜଘାଟସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ମହମବତୀ ଓ ଦ୍ୱୀପ ପ୍ରଜ୍ଜ୍ୱଳନ କରିଛି। ଜିଲ୍ଲା ସଭାପତି ରବି ନାରାୟଣ ଖିଲାରଙ୍କ ନେତୃତ୍ୱରେ ଉପଦେଷ୍ଟା ଅଧ୍ୟାପକ ନିହାର ରଂଜନ କର, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଉପଦେଷ୍ଟା ଜାନକୀ ପାଢୀ-ଉପଦେଷ୍ଟା କଳ୍ପନା ଜେନା, ଟି ରାଜଲକ୍ଷ୍ମି, ସଂପାଦକ ଆଶିଷ ଅମିତାଭ ମହାପାତ୍ର, ସଂଗଠନ ସଂପାଦିକା ମନୋରମା ରାୟ, ସଂଯୋଜିକା ଉର୍ମିଳା ଚୌଧୁରୀ ସନ୍ତୋଷ କୁମାର ଦାସ, ସାଧନ କୁମାର ଧର, ସଂଜୀବ କୁମାର ନାୟକ, ପ୍ରଭାକର ନାୟକ, ଶ୍ରାବଣୀ କର, କମଳିନୀ ନାୟକ ତେଜସ୍ୱିନୀ ଦାସ ପ୍ରମୁଖ ଯୋଗଦେଇ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରିବା ସହିତ ତୀରର ବକୋରଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.