କେନ୍ଦ୍ରାପଡା ୧୬/୬( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ମୋବାଇଲରେ ଟିକଟକ ସେଲଫି ନେବା ବେଳେ ନଦୀରେ ବୁଡି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଗଉଡଗୋପ ଗ୍ରାମର ସେକ ଯାନିଙ୍କ କଲେଜ ପଢୁଆ ପୁଅ ସେକ ସଚିନ(୧୭) ଆଜି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଅନ୍ୟ ୨ଜଣ ସାଙ୍ଗଙ୍କ ସହିତ ଟିକଟକ ସେଲଫି ନେଉଥିବା ବେଳେ ନଦୀରେ ବୁଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସ୍ଥାନୀୟ ଅଚଂଳରେ ଏଥିନେଇ ଶୋକର ଛାୟା ଖେଳିଯାଇଛି।