Home କେନ୍ଦୁଝର ଆଇତିପୁରରୁ ପୁଣି ଜଣେ ପଜେଟିଭ

ଆଇତିପୁରରୁ ପୁଣି ଜଣେ ପଜେଟିଭ

137

ହାଟଡ଼ିହି, ୧୬ । ୬ : କେନ୍ଦୁଝର ଜିଲ୍ଲାରେ ଆଜି ୫ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକ ଆଇତିପୁରର ଜଣେ ଥିବା ଜଣାପଡିଛି । ଫଳରେ ହାଟଡିହି ବ୍ଲକରେ ଏବେ ପଜେଟିଭ ସଂଖ୍ୟା ୨୧ରେ ପହଞ୍ଚିଛି । ଏହି ଯୁବକ ଜଣକର ଘର ରତକଣା ଗ୍ରାମରେ ହୋଇଥିବାବେଳେ ସେ ମେ ୨୬ତାରିଖରୁ ସୁରଟରୁ ଫେରି ରାଜୀବଗାନ୍ଧୀ ସେବାକେନ୍ଦ୍ର କ୍ୱାରେଣ୍ଟାଇନରେ ଥିଲେ । ରତକଣାର ୭ଜଣ ବ୍ୟକ୍ତି ଏକ ସାଙ୍ଗରେ ସୁରଟରୁ ଆସିଥିବାବେଳେ ପୁର୍ବରୁ ୨ଜଣଙ୍କର ପଜେଟିଭ ବାହାରିବା ପରେ ଅନ୍ୟ ପାଞ୍ଚଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୪ଜଣଙ୍କର ନେଗେଟିଭ ଆସିଥିବାବେଳେ ଏହି ୮ବର୍ଷୀୟ ଯୁବକର ପଜେଟିଭ ଆସିବାପରେ ଗତକାଲି ଠାରୁ ତାଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ଆଜିସୁଧା ଏହି ପଞ୍ଚାୟତରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରପଞ୍ଚକହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.