Home କେନ୍ଦୁଝର କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

118

ହାଟଡ଼ିହି, ୧୬ । ୬ : ନନ୍ଦିପଦା ଥାନା ଅଧିନସ୍ଥ କୁଆଡ-ଗୋବିନ୍ଦପୁର ରାସ୍ତା ନିକଟସ୍ଥ ଏକ ପଡିଆରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବନ୍ତ ଥାନା ପଧାନପଡା ନିକଟସ୍ଥ ପଡିଆପଡାର ୭୦ବର୍ଷୀୟ ପାଗଳ ଶଙ୍ଖୁଆ ବୋଲି ଜଣାଯାଇଛି । ତାଙ୍କ ପ୍ରକୃତ ଘର ହାଟଡିହି ବ୍ଲକ କୁଆଡ ହୋଇଥିବାବେଳେ ସେ ଘରଜୋଇଁଆ ଭାବେ ବନ୍ତ ପଡିଆପାଡରେ ଥିଲେ । କୌଣସି କାରଣରୁ ଗତକାଲି ସେ ଘରଛାଡି କେଉଁଆଡେ ପଳାଇଥିଲେ । ପରିବାର ଲୋକେ ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । କିନ୍ତୁ ଆଜି ମଧ୍ୟାହ୍ନରେ କୁଆଡ ନିକଟସ୍ଥ ଏକ ପଡିଆରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପାଖରେ ଏକ କୀଟନାଶକ ବୋତଲ ପଡିଥିବାବେଳେ ସେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ସେ ଗତକାଲି ଠାରୁ କୁଆଡରେ ବୁଲାବୁଲି କରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରି ଅନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.