-କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଜାରି କଲା ମାର୍ଗଦର୍ଶିକା
କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ନଗର ଏବଂ ମେଟ୍ରୋ ରେଳ କମ୍ପାନୀଗୁଡିକୁ ଏକ ୩ ଦଫା ବିଶିଷ୍ଟ କାର୍ଯ୍ୟକ୍ରମକୁ ପର୍ଯ୍ୟାୟ କ୍ରମେ ଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଛି (ତାହା କ୍ଷୁଦ୍ର-୬ ମାସ ମଧ୍ୟରେ, ମଧ୍ୟମ-ବର୍ଷକ ମଧ୍ୟରେ ଓ ଦୀର୍ଘ-୧ ରୁ ୩ ବର୍ଷ ମଧ୍ୟରେ)। ବିଭାଗୀୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ-
(୧) ଅଣ ଯାନ୍ତ୍ରିକ ପରିବହନ (ଏନଏମଟି) – ଅଧିକାଂଶ ସରହାଞ୍ଚଳ ଯାତ୍ରା ପରିସୀମା ୫ କିଲୋମିଟର ମଧ୍ୟରେ ସୀମାବଦ୍ଧ ରହିଥିବାରୁ କରୋନା ସଂକ୍ରମଣ ପରିସ୍ଥିତିରେ ବିନା ମୋଟର ଯାନରେ ଯାତ୍ରା ମିତବ୍ୟୟୀ, ସହଜ, ପରିବେଶ ଧର୍ମୀ ଓ କମ ମାନବ ସମ୍ବଳ ଆବଶ୍ୟକତା କରେ।
(୨) ସାଧାରଣତଃ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କ ଯାତାୟାତ ପାଇଁ ସରକାରୀ ଯାନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ପରିସ୍ଥିତିରେ ସରକାରୀ ଯାନବାହନରେ ଯାତ୍ରା କରିବା ସମୟରେ ବିଶୋଧନ କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଅପରିହାର୍ଯ୍ୟ।
(୩) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ। ନଗଦ ଅର୍ଥ ରହିତ ଯାତ୍ରା ଯେପରିକି ବିନା ସ୍ପର୍ଶରେ ଭୀମ ଆପ, ଫୋନ ପେ, ଗୁଗୁଲ ପେ, ପେଟିଏମ ଏମସିଏମସି କାର୍ଡର ପ୍ରୟୋଗ ଦ୍ଵାରା ସ୍ପର୍ଶ ଜନିତ ସମସ୍ୟାକୁ ଦୂର କରାଯାଇପାରିବ।
କୋଭିଡ-୧୯ ବୈଶ୍ଵିକ ମହାମାରୀ ସ୍ଥାନୀୟ, ଆଞ୍ଚଳିକ ଓ ବିଶ୍ଵ ସ୍ତରରେ ପରିବହନ ବ୍ୟବସ୍ଥାକୁ ପ୍ରଭାବିତ କରିଥିବା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି।
(୧) ଏହା ପ୍ରମାଣିତ ହୋଇଛି ଯେ, ଶତକଡା ୯୦ ଭାଗ ସରକାରୀ ଯାନବାହାନର ବ୍ୟବହାର ଓ ଶତକଡା ୬୦ ଭାଗ ପ୍ରଦୂଷଣ ହ୍ରାସ ପାଇଛି। ସର୍ବସାଧାରଣ ଯାନବାହାନ ହ୍ରାସ ପାଇବା ଯୋଗୁଁ ଅଧିକାଂଶ ନିଜ ଗାଡିରେ ଯାତ୍ରା କରୁଛନ୍ତି ଓ ଲକଡାଉନ କାଳରେ ଏହା ନିରାପଦ ସାବ୍ୟସ୍ତ ହୋଇଛି।
(୨) କାର ଏବଂ ଅନ୍ୟାନ୍ୟ ଘରୋଇ ଯାନବାହାନ ବ୍ୟବହାରକୁ ରୋକିବା ପାଇଁ ବିଶ୍ଵର ଅନେକ ସହରରେ ଇ-ଟିକେଟ, ଡିଜିଟାଲ ପେମେଣ୍ଟ ଏବଂ ସାଇକେଲର ଉପଯୋଗ କରାଯାଇଛି। କେତେକ ମହାନଗରୀରେ ଏନଏମଟି ପରିବହନ ବ୍ୟବସ୍ଥାକୁ କୋଭିଡ-୧୯ କାଳରେ ପ୍ରୋତ୍ସାହନ ଦିଆଯାଇଛି।
-ନୁୟର୍କରେ ସାଇକଲ ଚାଳକଙ୍କୁ ସୁବିଧା ଦେବା ପାଇଁ ୪୦ ମାଇଲ ବିଶିଷ୍ଟ ନୂତନ ଏନଏମଟି ଲେନ ସୃଷ୍ଟି କରାଯାଇଛି
-ଓକଲାଣ୍ଡରେ ଶତକଡା ୧୦ ଭାଗ ରାସ୍ତାକୁ ମୋଟରଯାନ ରହିତ କରାଯାଇଛି
-କଲମ୍ବିଆର ବଗୋଟାରେ ରାତିକ ମଧ୍ୟରେ ୭୬ କିଲୋମିଟରର ସାଇକେଲ ରାସ୍ତା ନିର୍ମାଣ କରିଛି
-ଇଟାଲିର ମିଲାନରେ ୨୨ ମାଇଲ ରାସ୍ତା ସାଇକେଲ ରାସ୍ତାରେ ପରିଣତ
-ନ୍ୟୁଜିଲାଣ୍ଡର ଅକଲାଣ୍ଡରେ କାର ପାର୍କିଂକୁ ହଟାଜାଇ ୧୭ କିଲୋମିଟର ଅସ୍ଥାୟୀ ବାଇକ ଲେନ ସୃଷ୍ଟି
– ଚୀନରେ ବାଇକ ସେଆରିଂକୁ ପ୍ରୋତ୍ସାହିତ କରିବା ଯୋଗୁଁ ଲକଡାଉନ କାଳରେ ଶତକଡା ୧୫୦ ଟ୍ରିପ ବୃଦ୍ଧି
-ଇଂଲଣ୍ଡରେ ସ୍ଥାନୀୟ ବ୍ୟବସାୟୀମାନେ ପଦଚାରୀମାନଙ୍କ ପାଇଁ ଜାଗା ଛାଡିଛନ୍ତି ଯାହାଫଳରେ ଦୋକାନ ବାହାରେ ଧାଡିରେ ଛିଡାହେବା ବେଳେ ସାମାଜିକ ନିୟମ ପାଳନ କରାଯାଇପାରିବ
(୩) ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି, ସହରଗୁଡିକର ଆକାର ଅନୁସାରେ ଶତକଡା ୧୬ ରୁ ୫୭ ଭାଗ ପର୍ଯ୍ୟନ୍ତ ଲୋକ ପଦଚାରୀ ହୋଇଥିବା ବେଳେ ୩୦ ରୁ ୪୦ ଭାଗ ଯାତାୟାତ ଲାଗି ନିଜର ସାଇକେଲ ଉପଯୋଗ କରିଥାନ୍ତି। କୋଭିଡ-୧୯ ସଂକ୍ରମଣକୁ ଏକ ସୁଯୋଗ ବୋଲି ଭାବି ମୋଟର ବିହୀନ ପରିବହନକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଏହା ମଧ୍ୟ ଏନଏମଟି ଇଣ୍ଡଷ୍ଟ୍ରିରେ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି କରିପାରିବ।
(୪) ଭାରତରେ ପ୍ରାୟ ୭୦୦ କିଲୋମିଟର ବ୍ୟାପୀ ମେଟ୍ରୋ ରେଳ ୧୮ଟି ପ୍ରମୁଖ ମହାନଗରୀରେ ରହିଛି। ଏହାଛଡା ୧୧ଟି ମହାନଗରୀରେ ୪୫୦ କିଲୋମିଟର ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଉଛି। ପ୍ରତ୍ୟେକ ଦିନ ଏହି ପରିବହନ ବ୍ୟବସ୍ଥାକୁ ଆପଣାଇ ପ୍ରାୟ ୧୦ ନିୟୁତ ଯାତ୍ରୀ ଯାତାୟାତ କରିଥାନ୍ତି। ମାତ୍ର ସାମାଜିକ ଦୂରତ୍ଵ ନିୟମ ବର୍ତ୍ତମାନ ପାଳନ କରାଯାଉଥିବାରୁ ଏହାର ଶତକଡା ୨୫ ରୁ ୫୦ ଭାଗ ବ୍ୟବହୃତ ହେବ। ଏଥିପାଇଁ ବିକଳ୍ପ ପରିବହନ ବ୍ୟବସ୍ଥାର ମଧ୍ୟ ଉପଯୋଗ ହେବ।
(୫) ପରିବହନ କ୍ଷେତ୍ରରେ ଥିବା ବିଶେଷଜ୍ଞ, ଅପରେଟର୍ସ, ବିଶ୍ଵ ବ୍ୟାଙ୍କ ଓ ଅନ୍ୟ ସହରୀ ପରିବହନ ବିଶେଷଜ୍ଞମାନଙ୍କ ସହ ଦେଶ ଓ ଦେଶ ବାହାରେ ଅନେକ ଆଲୋଚନା କରାଯାଇଛି। କରୋନା ବୈଶ୍ଵିକ ମହାମାରୀ କାଳରେ ସହରାଞ୍ଚଳ ଯାତାୟାତ ପଦ୍ଧତିରେ ନିଶ୍ଚିତ ପରିବହନ ଆସିବ। ସରକାରୀ ଯାନବାହାନରେ ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ଅନେକ ନିଜ ନିଜ ଯାନବାହାନ ଯୋଗେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ। ଏହାଫଳରେ ବାୟୁ ପ୍ରଦୂଷଣ ସହ ଅଧିକ ଜାଗାର ମଧ୍ୟ ଆବଶ୍ୟତା ପଡିବ। ଏହା ରାସ୍ତା ଭିଡ ସହ ଯାତ୍ରୀ ନିରାପତ୍ତା ଦିଗରେ ମଧ୍ୟ ଅନ୍ତରାୟ ହେବ।
(୬) ଭାରତରେ ବ୍ୟକ୍ତିଗତ ଯାନବାହାନ ସଂଖ୍ୟା କମ ହୋଇଥିବାରୁ ଅଧିକାଂଶ ଗମନାଗମନ ପାଇଁ ସରକାରୀ ଯାନବାହାନ ଉପରେ ନିର୍ଭର କରିଥାନ୍ତି। ତେବେ ବର୍ତ୍ତମାନର କୋଭିଡ-୧୯ ପରିସ୍ଥିତି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ଵ ଦୃଷ୍ଟିରୁ ସରକାରୀ ଯାନବାହାନରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଆର୍ଥିକ ବ୍ୟବସ୍ଥା ସକ୍ରିୟ ହେବା ସଙ୍ଗେ ସଙ୍ଗେ ଜନସାଧାରଣ ଅଧିକରୁ ଅଧିକ ବସ ଓ ମେଟ୍ରୋର ବ୍ୟବହାର କରିବା ପରିବର୍ତ୍ତେ ନିଜର ସାମର୍ଥ୍ୟ ଅନୁସାରେ ବିକଳ୍ପ ଯାନବାହାନ ଉପଯୋଗ କରିବେ।
(୭) କୋଭିଡ-୧୯ ବିକଳ୍ପ ପରିବହନ ପାଇଁ ଏକ ସୁଯୋଗ ଆଣିଦେଇଛି, ଯାହାକି ପ୍ରଦୂଷଣ ମୁକ୍ତ, ସୁବିଧାଜନକ ଏବଂ ଦୀର୍ଘସ୍ଥାୟୀ ହୋଇପାରିବ। ଏପରିକି ବୈଷୟିକ ଜ୍ଞାନର ପ୍ରୟୋଗ ସହ ଯାନବାହାନରେ ନଗଦ ଦେଣନେଣ ହ୍ରାସ ପାଇବା ସହ ବଜାର ଅଞ୍ଚଳରେ ଲୋକମାନେ ଅଧିକ ଯାନବାହାନ ନ ରଖି ପାଦଚଲା ଅଭ୍ୟାସକୁ ଅଧିକ ପରଖିବେ। ଏହା ଏକ ନୂତନ ଅଭିଜ୍ଞତାର ପରିଚାୟକ ହେବ।