Home କେନ୍ଦୁଝର ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

364

ବଡ଼ବିଲ, ତା ୧୨ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ର ମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ । ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି ରାଣୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଉପହାର ଦେଇଥିଲେ । ସେହି ସମୟରୁ ମର୍ତ୍ତ୍ୟରେ ପବିତ୍ର ଏବଂ ଶୁଭ ବୋଲି ବିଶ୍ବାସ କରାଯାଉଥିବା ପାରିଜାତ ଫୁଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପରିଷଦ ଅନ୍ତର୍ଗତ ସେଡିଂ ବସ୍ତି ରୁଙ୍ଗଟା ଟାଉନ୍ ହଲ ପାଖରେ ଏହି ପାରିଜାତ ଫୁଲ ଫୁଟିଥିବା ଦୃଶ୍ୟମାନ ହୋଇଛି । ଯାହାର ଦର୍ଶନ ପାଇଁ ସେଠାରେ ଲୋକଙ୍କର ଧାଡ଼ି ଲାଗିଛି । ଖବର ଅନୁଯାୟୀ ଆଜକୁ ବର୍ଷ ତଳେ ଏହି ପାରିଜାତ ଫୁଲ ଗଛକୁ ଆଣି ନିଜ ଘରର ଫୁଲ କୁଣ୍ଡରେ ରଖୀ ପୂଜା ଅର୍ଚ୍ଚନା କରନ୍ତି ପ୍ରଭୁଦତ୍ତ ମହାନ୍ତ । ଏହି ଗଛକୁ ମାଆ କ୍ଷୀରମଣି ମହାନ୍ତ ଓ ପତ୍ନୀ ବନିତା ମହାନ୍ତ ଲଗାଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହ ପାରିଜାତ ଫୁଲ ଗଛକୁ ଯତ୍ନ ନେଉଥିଲେ । ତେବେ ବର୍ଷର ଅପେକ୍ଷା ପରେ ଫୁଲ ଫୁଟିଥିବାରୁ ପରିବାରର ଲୋକମାନେ ବେଶ୍ ଆନନ୍ଦିତ ହୋଇଛନ୍ତି । ଅନ୍ୟପଟେ ଗଛ ଲଗାଇଲେ ମଧ୍ୟ ଫୁଲଫୁଟିବା ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଲାଗିରହିଥିବା ସଂକଟ ସମୟରେ ପାରିଜାତ ଫୁଲ ଫୁଟିବା ବେଶ୍ ଏକ ଶୁଭ ଶଙ୍କେତ ବୋଲି ବିଶ୍ୱାସ କରାଯାଉଥିବା ସହ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.