ସମ୍ବଲପୁର ୨୭-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁର ବିଜେପି ପକ୍ଷରୁ ବିଦ୍ୟୁତ ବିଭ୍ରାଟ କୁ ନେଇ ଅଇଁଠାପାଲି ସ୍ଥିତ ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଆଜି ଘେରାଉ କରାଯାଇଥିଲା। ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ଅଧିକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜିତ ନାଏକ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଆଲୋଚନା କରି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରିୟ ପ୍ରବକ୍ତା ଓ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, ବିର୍ଶା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସମଲେଶ୍ବରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡାଇ, ବୁର୍ଲା ମଣ୍ଡଳ ସଭାପତି ଜୟନ୍ତ ସାହୁ, ହୀରାକୁଦ ମଣ୍ଡଳ ରୁ ମନୋଜ ସ୍ୱାଇଁ, ବୁର୍ଲା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁନ୍ଧତୀ ପାତ୍ର, ସଞ୍ଜୀବ ବର୍ମା, ଅଶୋକ ସାହୁ, ଅନୁପ ମିଶ୍ର, ସୌମିତ୍ର ଜତି, ଉଲ୍ହାସ ବାରିକ, ନିଲାମ୍ବର ସିକନ୍ଦର, ସନ୍ତୋଷ ସାହୁ, କାହ୍ନା ଓରାମ ପ୍ରମୁଖ ଉପସ୍ଥିତ ଥିଲେ।