Home ଜିଲ୍ଲା ପରିକ୍ରମା ରେଙ୍ଗାଲି ବ୍ଲକ ବୈଦୁତିକ ଗଣମାଧ୍ୟମରେ ୟୁନିୟନ ଗଠିତ

ରେଙ୍ଗାଲି ବ୍ଲକ ବୈଦୁତିକ ଗଣମାଧ୍ୟମରେ ୟୁନିୟନ ଗଠିତ

156

ସମ୍ବଲପୁର ୨୭-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ହୋଟେଲ ସ୍ପାଇସି ପରିସରରେ ସୋମବାର ରେଙ୍ଗାଲି ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ “ବୈଦୁତିକ ଗଣମାଧ୍ୟମ ୟୁନିଅନ” ରେଙ୍ଗାଲି ବ୍ଲକ ଗଠିତ ହୋଇଛି। ବୈଠକରେ ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳଙ୍କୁ ୟୁନିନର ସଭାପତି ଭାବରେ ମନୋନୀତ କରାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଅଂକିତ ସାହୁ, ସାଧାରଣ (ସଂପାଦକ), ସନ୍ଦିପ ଶର୍ମା (କୋଷାଧ୍ୟକ୍ଷ), ସରୋଜ ଛୁରୀଆ (ସଭ୍ୟ), ଜଗନ୍ନାଥ ମେହେର (ସଭ୍ୟ ), ଦିନେଶ ମାହାଣା (ସଭ୍ୟ), ଏବଂ ଉତ୍ତମ କୁମାର ବିଶ୍ବାଳ (ସଭ୍ୟ) ଭାବରେ ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ସାମ୍ବାଦିକ ମାନଙ୍କର ସାମାଜିକ ନିରାପତ୍ତା, ଅଞ୍ଚଳର ବିକାଶ, ନିରପେକ୍ଷ ଖବର ବିତରଣ ଦିଗରେ ୟୁନିୟନ କାମକରିବାକୁ ସଭ୍ୟ ମାନେ ଶପଥ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.