Home Coronavirus Outbreak ମାଟ୍ରିକ୍ ଖାତାଦେଖା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ମାଟ୍ରିକ୍ ଖାତାଦେଖା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

202

କଟକ ୧୫-୫ (ଓଡ଼ିଆ ପୁଅ) : ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଶିକ୍ଷକମାନଙ୍କ ପାଇଁ ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ଏକ ଗୁରୁତ୍ତ୍ୱୁପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶ ଅନୁୟାୟୀ ଯେଉଁ କେନ୍ଦ୍ରରେ ପରୀକ୍ଷାଖାତା ମୂଲ୍ୟାୟନ ହେଉଛି ସେହି ସ୍ଥାନରେ ଲକଡାଉନ କଟକଣା ମାନିବା ବାଧ୍ୟତାମୂଳକ। ସାମାଜିକ ଦୂରତ୍ୱକୁ ଧ୍ୟାନଦେବେ ଶିକ୍ଷକ।

ତେବେ ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛିଯେ, ୧୦ କିମି ଦୂରରୁ ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କରୋନାଭାଇରସ୍ ଲକ୍‌ଡାଉନ୍ କାରଣରୁ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନରେ ବାଧା ଉପୁଜିଥିଲା। ଚିନ୍ତାରେ ଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ। କିନ୍ତୁ ଏବେ ଖାତା ଦେଖିବା ପାଇଁ ଗଣଶିକ୍ଷା ବିବାଗ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.