Home ଓଡ଼ିଶା ରାଜ୍ୟର ଶିକ୍ଷାନୁଷ୍ଠାନରେ ଛାତ୍ର-ଛାତ୍ରୀମାନଙ୍କ ସମସ୍ତ ଫିସ୍ ଛାଡ଼ ଦାବିରେ ଯୁବସଂଘ ପକ୍ଷରୁ ବିକ୍ଷୋଭ

ରାଜ୍ୟର ଶିକ୍ଷାନୁଷ୍ଠାନରେ ଛାତ୍ର-ଛାତ୍ରୀମାନଙ୍କ ସମସ୍ତ ଫିସ୍ ଛାଡ଼ ଦାବିରେ ଯୁବସଂଘ ପକ୍ଷରୁ ବିକ୍ଷୋଭ

313

ଭୁବନେଶ୍ୱର, ୧୫/୫ (ଓଡ଼ିଆ ପୁଅ) – ରାଜ୍ୟ ସରକାର କୋଭିଡ଼-୧୯ ମହାମାରୀ ସଙ୍କଟ ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର-ଛାତ୍ରୀମାନଙ୍କର ସବୁ ପ୍ରକାର ଫି ଛାଡ଼, ୱାଟ୍‌ସଆପ୍‌ରେ କରାନଯାଇ ଦୂରଦର୍ଶନ ସମେତ ସବୁ ଟିଭି ଚ୍ୟାନେଲ୍‌ରେ ପାଠପଢ଼ା ପାଇଁ ଶିକ୍ଷା ପ୍ରଦାନ ବ୍ୟବସ୍ଥା ଚାଲୁ କରିବା, ଅଣ ଆୟକରଦାତାମାନଙ୍କର ସମସ୍ତ ଇଏମ୍‌ଆଇ, ବିଦ୍ୟୁତ୍ ବିଲ୍ ଛାଡ଼ କରାଯିବା ଏବଂ ରାଜ୍ୟରେ ୧୨ଘଣ୍ଟିଆ ଶ୍ରମ ଦିବସ ବାତିଲକରି ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ପ୍ରଭୃତି ଦାବି କରି ଅଖିଳ ଭାରତ ଯୁବସଂଘ (ଏଆଇୱାଇଏଫ୍‌) ଭୁବନେଶ୍ୱର ମହାନଗର କମିଟି ପକ୍ଷରୁ ବ୍ୟକ୍ତିଗତ ଦୂରତା ବଜାୟରଖି ଆଜି ପୂର୍ବାହ୍ନରେ ରାଜଧାନୀର ଜନପଥରେ ପ୍ଲାକାର୍ଡ଼-ସୋ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ଯୁବସଂଘର ମହାନଗର କମିଟି ସମ୍ପାଦକ ପବିତ୍ର ସ୍ୱାଇଁ, ସହ-ସମ୍ପାଦକ ବିକାଶ ବେହେରା, କୁମାରୀ ସୀମା ସ୍ୱାଇଁ ଏବଂ ପୂର୍ବତନ ଜିଲ୍ଲା ଆହାହକ ଗୋହୀ ଗୋବିନ୍ଦ ବେଶ୍ରା, ଲିଙ୍ଗରାଜ ସାହୁ, ଅରୁଣ କରୀଡ଼ା, ଈଶ୍ୱର ନାୟକ, ଅଶୋକ ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.