Home ଓଡ଼ିଶା ତୃତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା : କେବଳ କୃଷି ନୁହେଁ ଚାଷୀଙ୍କ ଆୟ...

ତୃତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା : କେବଳ କୃଷି ନୁହେଁ ଚାଷୀଙ୍କ ଆୟ ଏବଂ ଉତ୍ପାଦକୁ ନିଶ୍ଚିତ କରିଛନ୍ତି ମୋଦି ସରକାର : ସମୀର ମହାନ୍ତି

159

ଭୁବନେଶ୍ୱର, ତା.୧୫/୦୫ (ଓଡ଼ିଆ ପୁଅ) : ବର୍ତମାନ କରୋନା ମହାମାରୀ ତଥା ଲକ୍‌ଡାଉନ ସମୟରେ ମୋଦି ସରକାର କେବଳ କୃଷି କ୍ଷେତ୍ର ନୁହେଁ ଚାଷୀଙ୍କ ଆୟ ଏବଂ ସେମାନଙ୍କ ଉତ୍ପାଦକୁ ମଧ୍ୟ ନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କୃଷି ଓ କୃଷକ କଲ୍ୟାଣ ପାଇଁ ମୋଦି ସରକାର ଯେପରି ଧ୍ୟାନ ଦେଉଛନ୍ତି ପୂର୍ବରୁ କୌଣସି ବି ସରକାର ଧ୍ୟାନ ଦେଇନଥିଲେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମଭାରତ ଯୋଜନାର ତୃତୀୟ ଦିନରେ କୃଷି ଓ ଏସମ୍ପର୍କୀତ କ୍ଷେତ୍ର ପାଇଁ ଯେଉଁ ସବୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଦେଶ ତଥା ଓଡିଶାର କୃଷକ ଏବଂ କୃଷି ଭିତିଭୂମିକୁ ମଜବୁତ କରିବାରେ ବଡ ଭୂମିକା ଗ୍ରହଣ କରିବ।

କୃଷି ଉତ୍ପାଦକୁ ବଢାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ୨୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଏହା ମତ୍ସ୍ୟ ଚାଷୀଙ୍କୁ ଆର୍ଥିକ ସଶକ୍ତ କରିବ ଏବଂ ଦେଶରେ ମତ୍ସ୍ୟ ଉତ୍ପାଦନରେ ଅଭିବୃଦ୍ଧି ଘଟିବ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ୧୫ ହଜାର କୋଟିର ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ। ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି। ଏହା ଦେଶର ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍ ପାଇଁ ଭୋକାଲ୍‌କୁ ବଡ ପ୍ରୋତ୍ସାହନ ଦେବ। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହା ଚାଷୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.