Home Coronavirus Outbreak ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

428

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଉ ଏକ ବାତ୍ୟାର ସଂକେତ ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଆଜି ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଦକ୍ଷିଣ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି। ୧୬ ମଇ ସନ୍ଧ୍ୟା ସୁଦ୍ଧା ଏହା ଏକ ସାମୁଦ୍ରୀକଝଡ଼ର ରୂପ ନେଇପାରେ ବୋଲି ଭାରତ ପାଣିପାଗ ବିଭାଗ (IMD) ସୂଚନାଦେଇଛି।

ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି।

ଏହି ସାମୁଦ୍ରିକ ଝଡର ଓଡ଼ିଶା ପ୍ରତି ତେକେ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାର ପ୍ରକୋପ ଆସନ୍ତା ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ। କିନ୍ତୁ ଆଗାମୀ ୫ ଦିନ ପାଇଁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୫ ତାରିଖ ପରେ ସମୁଦ୍ର ଭିତରକୁ ନଯିବା ପାଇଁ ସୂଚିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.