Home କେନ୍ଦୁଝର ବାରିଆ ପୋଲିସ ଉପରକୁ ପଥର ଫିଙ୍ଗି ୩ ଯୁବକ ଗିରଫ

ବାରିଆ ପୋଲିସ ଉପରକୁ ପଥର ଫିଙ୍ଗି ୩ ଯୁବକ ଗିରଫ

296

ପାଟଣା ୨୬-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) – କରୋନା ମହାମାରୀ ପାଇଁ ସରାରାଜ୍ୟ ଲକ ଡାଉନ ଥିବା ବେଳେ ପୋଲିସ ପକ୍ଷରୁ ସୀମା ଗୁଡିକ ସିଲ କରି ଚେକିଂ ପ୍ରକ୍ରିୟା ଜୋରଦାର ଜାରି ରହିଛି। ତେବେ ବାରିଆ ଥାନା ସୀମାରେ ପୋଲିସ ପାଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିବା ସମୟରେ ତୁରୁମୁଙ୍ଗା ଥାନା ବୁଢିକାପୁଡି ପଂଚାୟତ ଲକ୍ଷ୍ମୀପଶି ଗ୍ରାମର ଜଣେ ନାବାଳକ ସହ ଅନ୍ୟ ୩ ଜଣ ଯୁବକଙ୍କ ସମେତ ଜଣେ ନାବାଳକ ଗୋଟିଏ ସ୍କୁଟରରେ ଜଜପଶି ଗ୍ରାମରୁ ଲକ୍ଷ୍ମୀପଶିକୁ ଫେରୁଥିବା ସମୟରେ ଗାଡ଼ିରେ ୪ ଜଣ ନିଶାଶକ୍ତ ଅବସ୍ଥାରେ ଥିବାରୁ ଚେକିଂ ଦାୟିତ୍ୱ ରେ ଥିବା ବାରିଆ ଥାନା ଏ.ଏସ.ଆଇ ବିଦ୍ୟାଧର ବେହେରା ସେମାନଙ୍କୁ ଅଟକାଇ ଥିଲେ ହେଲେ ସେମାନେ ଖରାପ ଭାଷାରେ ଗୁଲଜ କରିଥିଲେ। ଏ.ଏସ.ଆଇ ଶ୍ରୀ ବେହେରା ଗାଡିକୁ ଜବତ କରିଥିଲେ। ପରେ ଉକ୍ତ ଯୁବକ ମାନେ ପୁଣି ଆସି ପୋଲିସ ଉପରକୁ ପଥର ଫିଙ୍ଗି ଥିଲେ। ଏଥିରେ କାହାରି କୌଣସି କ୍ଷତି ହୋଇ ନଥିବା ବେଳେ ଶ୍ରୀ ବେହେରା ବାରିଆ ଥାନାରେ ଅଭିଯୋଗ କରିଥିଲେ। ବାରିଆ ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି ଲକ୍ଷ୍ମୀପଶି ଗ୍ରାମରେ ଚଢ଼ାଉ କରି ଜଣେ ନାବାଳକ ସମେତ ଅନ୍ୟ ତିନି ଜଣ ଯୁବକଙ୍କୁ ଥାନାକୁ ନେଇ ଲକ ଡାଉନ ନିୟମକୁ ଉଲଙ୍ଘନ କରିଥିବା ଏବଂ ପୋଲିସ ଉପରକୁ ପଥର ଫିଙ୍ଗି ଥିବା ଅଭିଯୋଗରେ ଲକ୍ଷ୍ମୀପଶି ଗ୍ରାମର ସରୋଜ କୁମାର ମହାନ୍ତ (୨୨) ଏବଂ ଦେବେନ୍ଦ୍ର ମହାନ୍ତ (୧୮) ରଂଜନ କୁମାର ମହାନ୍ତ (୨୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ନାବାଳକ ହୋଇଥିବାରୁ ୪୧ ସି.ଆର.ପି.ସି. ରେ ପୋଲିସ ଛାଡ଼ି ଦେଇଥିବା ବାରିଆ ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.