Home ଓଡ଼ିଶା କୋଦଳା ଏନଏସିରେ ମିଳୁନି ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜୀକରଣ ଫର୍ମ

କୋଦଳା ଏନଏସିରେ ମିଳୁନି ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜୀକରଣ ଫର୍ମ

345

କୋଦଳା ୨୬ ଏପ୍ରିଲ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ କରାଯାଇଛି ଏବଂ ଲକ୍ ଡାଉନ୍ ଉଠିବା ପରେ ପ୍ରବାସୀ ଓଡିଆ ମାନଙ୍କୁ ଫେରାଇ ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଥିବା ବେଳେ ପ୍ରବାସୀ ଓଡିଆଙ୍କ ସଂପର୍କୀୟ ମାନେ ପ୍ରଥମେ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି। ପଞ୍ଜୀକରଣ ପାଇଁ ଏକ ସ୍ବତନ୍ତ୍ର ଫର୍ମରେ ଆବେଦନ କରିବାକୁ ଥିବା ବେଳେ ଏବେ ଏହି ଫର୍ମ କୋଦଳା ଏନଏସି ରେ ମିଳୁନଥିବା ଅଭିଯୋଗ ହୋଇଛି। ସରକାର ଏନେଇ ବ୍ଲକ ଓ ଏନଏସି ଗୁଡିକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଫର୍ମ ଦେବାକୁ କୁହାଯାଇଛି। ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଂଗନବାଡି କର୍ମୀ ଏନେଇ ତଥ୍ୟ ରଖିବା ସହ ଲୋକଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଦଳା ଏନଏସି ରେ ପର୍ଯ୍ୟାପ୍ତ ପରିମାଣରେ ଫର୍ମ ନଥିବା ଏବଂ ଫର୍ମ ନ ପାଇ ଲୋକେ ବାହାରେ ୧୦ ଟଙ୍କା ଦେଇ ଜେରକ୍ସ କରୁଥିବା କିଛି ଏନଏସି ବାସିନ୍ଦା ଅଭିଯୋଗ କରିଛନ୍ତି। ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଅନ୍ ଲାଇନ୍ ରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ କିନ୍ତୁ ଲକ୍ ଡାଉନ୍ ଥିବାରୁ କୌଣସି କମ୍ପୁଟର ଦୋକାନ ଖୋଲା ହେଉନି। ଅପରପକ୍ଷେ ଏନେଇ ଅଂଗନବାଡି କର୍ମୀ ମାନେ ସହଯୋଗ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦେଖା ମିଳୁନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.