Home ଓଡ଼ିଶା ବିକଳାଙ୍ଗ ଙ୍କୁ ମିଳୁନି ଭତ୍ତା କି ସରକାରୀ ଆବାସ ଯୋଜନା

ବିକଳାଙ୍ଗ ଙ୍କୁ ମିଳୁନି ଭତ୍ତା କି ସରକାରୀ ଆବାସ ଯୋଜନା

406

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୪-କନ୍ଦ୍ର ଓ ରାଜ୍ୟ ସରକାର ବିକଳାଙ୍ଗ ଓ ମହିଳା ମାନଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ଅନେକ ଯାଗାରେ ବିକଳାଙ୍ଗ ମାନେ ସରକାରୀ ଭତ୍ତା କି ସହାୟତା ରୁ ବଂଚିତ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ନୁଆଗାଁ ଗ୍ରାମରେ । ଗ୍ରାମର ସୁଷମା ପ୍ରଧାନ(୩୫) ଜଣେ ବିକଳାଙ୍ଗ ଅବିବାହିତା ମହିଳା ଅଟନ୍ତି । ଦୀର୍ଘ ୧୦ବର୍ଷ ହେଲା ବିକଳାଙ୍ଗ ସାର୍ଟିଫିକେଟ୍ ପାଇ  ପଂଚାୟତଠାରୁ ବ୍ଲକ୍ ପର୍ଯ୍ୟନ୍ତ ଭତ୍ତା  କି ସରକାରୀ ସହାୟତା ପାଇଁ ଦୌଡି ଦୌଡି ନିରାଶ ହୋଇ ବସିଛନ୍ତି । ସରକାରୀ ଯୋଜନା ଉପରୁ ଅସ୍ଥା ହରାଇ ସାରିଲେଣି । ପେଟର ଭୋକ ମେଣ୍ଟାଇବା ପାଇଁ ନା ମିଳୁଛି ରାସନ୍ ସାମଗ୍ରୀ । ରହିବା ପାଇଁ ଭଙ୍ଗା କୁଡିଆରେ ଜରିପାଲ ଟାଣି ରହୁଛନ୍ତି । ଦୁଃଖର ସହିତ କୁହନ୍ତି ଆମଭଳି ଗରୀବ ନିରାଶ୍ରୟା ବିକଳାଙ୍ଗ ମହିଳାଙ୍କୁ ସାହାର୍ଯ୍ୟ କରିବାକୁ କେହିନାହିଁ ।

ଏ ସମ୍ପର୍କେ ରଣପୁର ବ୍ଲକ୍ ଏସ.ଇ.ଓ ନିବେଦିତା ଜାନିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସୁଷମା ପ୍ରଧାନଙ୍କର ୧୦ବର୍ଷ ତଳର ଥିବା ବିକଳାଙ୍ଗ ସାର୍ଟିଫିକେଟ ଟି କାର୍ଯ୍ୟକାରୀ କରୁନାହିଁ । ବର୍ତ୍ତମାନ ସେ ଅନଲାଇନ୍ ରେ ଆବେଦନ କରି ସାର୍ଟିଫିକେଟ ସହ ଆବେଦନ ପତ୍ର ଦେଲେ ତାଙ୍କୁ ସରକାରୀ ସହାୟତା ଦିଆଯାଇପାରିବ । ଅପରପକ୍ଷେ ବନ୍ଧମୁଣ୍ଡାର ନୁଆଗାଁ ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ସେଠାରେ ଟେଲିଫୋନ୍ ବି କାମକରେନାହିଁ  । ଅନ୍‌ଲାଇନ୍ ଆବେଦନ ପାଇଁ ପଂଚାୟତ ସାରା ସୁଯୋଗ ମଧ୍ୟ ନାହିଁ । ତେଣୁ ସରକାରୀ ଭତ୍ତା ଓ ସହାୟତାରୁ ବଂଚିତ ହୋଇ ଭାଗ୍ୟକୁ ଆଦରି ଅର୍ଦ୍ଧାହାର ଅନାହରରେ ଜୀବନ ବିତାଉଛନ୍ତି ସୁଷମା ପ୍ରଧାନ । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସୁଷମା ଅନୁରୋଧ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.