Home କେନ୍ଦୁଝର ବଡ଼ବିଲ ଯୁବ ବିଜୁଜନତାଦଳ ପକ୍ଷରୁ ଅନୁଷ୍ଠିତ ଜୀବନବିନ୍ଦୁ ରକ୍ତଦାନ ଶିବିର

ବଡ଼ବିଲ ଯୁବ ବିଜୁଜନତାଦଳ ପକ୍ଷରୁ ଅନୁଷ୍ଠିତ ଜୀବନବିନ୍ଦୁ ରକ୍ତଦାନ ଶିବିର

339

ବଡ଼ବିଲ ,ତା ୨୬ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
ସାରା ବିଶ୍ବରେ କୋରାନା ମହାମାରୀ ଭୟଙ୍କର ଭାବେ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଆମ ଦେଶ ଭାରତରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ଏସବୁକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ସେହି ଭଳି ଆଜି ବଡ଼ବିଲ ବିଜୁଜନତା ଦଳର ଯୁବମୋର୍ଚ୍ଚା ପକ୍ଷରୁ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ରକ୍ତଦାନ ଶିବିରଟି ବଡ଼ବିଲର ବିକାଶ ମହଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବଡ଼ବିଲ ତହସିଲଦାର ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ପ୍ରଥମେ ନିଜ ନାମ ପଞ୍ଜିକରଣ କରାଇବା ସହ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ । ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରୁଥିବା ଲୋକଙ୍କ ଭଲମନ୍ଦ ବୁଝିଥିବାର ଦେଖିବାକୁ ମିଳିଥିଲା । ବଡ଼ବିଲ ପୌରାଧକ୍ଷ ଅଭିଷେକ ପଣ୍ଡା ଏହି ରକ୍ତଦାନ ଶିବିର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଡବିଲ ବିଜୁ ଯୁବଜନତା ଦଳର ସଭାପତି ହେମନ୍ତ ସହାୟକଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା । ଏଥିସହ ବିଜୁ ଯୁବ ଜନତାଦଳର ସମସ୍ତ କର୍ମକର୍ତ୍ତାମାନେ ଏହି ମହତ କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ । ଏହି ଶିବିରରେ ସର୍ବମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.