Home ଓଡ଼ିଶା ରଣପୁରରେ କୃଷକ ପରିବାର ଅକ୍ଷିମୁଠି ଅନୁକୁଳ କଲେ

ରଣପୁରରେ କୃଷକ ପରିବାର ଅକ୍ଷିମୁଠି ଅନୁକୁଳ କଲେ

414

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୪- କୃଷକ ପରିବାର ଏହି ଶୁଭ ତିଥିରେ ଅକ୍ଷିମୁଠି ଅର୍ଥାତ୍ ଜମିରେ ଧାନବୁଣା ଅନୁକୁଳ କଲେ ଭଲ ଫସଲ ଉତ୍ପାଦିତ ହୋଇଥାଏ । ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପଡିଥାଏ ଯାହାକି ଏକ ପବିତ୍ର ଦିବସ । ଚାଷୀମାନଙ୍କ ପାଇଁ ଏହା ଏକ ଶୁଭର ଦିନ । ଓଡିଶାର ପୁର ପଲ୍ଲୀରେ ଏହି ଅକ୍ଷିମୁଠି ଅନୁକୁଳ ହେଉଥିବା ବେଳେ ସେଥିରୁ  ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ଅଂଚଳ ।

ପ୍ରତି କୃଷକ ପରିବାର ଭୋରୁ ଭୋରୁ ନିଜ ଘରେ ଧୁଆ ଧୁଇ, ଲିପା ପୋଛା କରିବା ସହ ଚିତା, ଝୋଟିଆଦି ଦେଇଥାନ୍ତି । ଅଖିମୁଠି ଲୁହା, କୋଡି, ବୋଝ ଆଦି ଧୁଆ ଧୁଇ ପରେ ଚିତା ଦେଇଥାନ୍ତି । ବିଭିନ୍ନ ପ୍ରକାର ଫୁଲ ଯଥା ଆଖୁକୋଳି, ଟୋଲକ ଫୁଲ, ଆଖୁକୋଳି ଫୁଲ ସହ ବିଭିନ୍ନ ସୁସ୍ୱାଦୁ ଫଲମୁଳ ସଂଗ୍ରହ କରି ଚଷା ପୁଅ ଚାଲିଯାଇଥାଏ ନିଜ ଜମିର ମୁଠି ଅନୁକୁଳ କିଆରିକୁ । ମୁଠି ଅନୁକୁଳ କରିବା ପରେ ଘରକୁ ଫେରି ସାତ୍ୱିକ ନିରାମିଷ ଆହାର ସପରିବାର ସେବନ କରିଥାନ୍ତି । ପ୍ରତ୍ୟେକ ଚାଷୀ ପରିବାର ଏହି ଦିନକୁ ଅପେକ୍ଷା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.