Home ଓଡ଼ିଶା ନୟାଗଡ ଜିଲ୍ଲା ଚାନ୍ଦପୁରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର ଉଦ୍‌ଘାଟିତ

ନୟାଗଡ ଜିଲ୍ଲା ଚାନ୍ଦପୁରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର ଉଦ୍‌ଘାଟିତ

230

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୪-ନୟାଗଡ ଜିଲ୍ଲାର ଚାନ୍ଦପୁରଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଥିବା ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ ଏକ ପ୍ରେସ୍ ମିଟ୍ ମାଧ୍ୟମରେ ସୁଚନା ଦେଇଛନ୍ତି । ଏହି ପ୍ରେସ୍ ମିଟ୍ ରେ ନୟାଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଏଡିଏମ୍ ରାଓ ସାର୍‌, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ଶ୍ୱେତ ମହାପାତ୍ର, ଚାନ୍ଦପୁର ମେଡିକାଲ ସୁପରିଟେଣ୍ଡେଟ୍ ବି.ଏସ୍‌.ରାଓ ଓ ଡା.ସୁର୍ଯ୍ୟକାନ୍ତ ବେହେରା ଉପସ୍ଥିତ ଥିଲେ । ୧୩ଜଣ ଡାକ୍ତର ଓ ୧୦୦ ଜଣ କର୍ମଚାରୀଙ୍କୁ ନେଇ ଏପ୍ରିଲ୍ ୧୮ ତାରିଖଠାରୁ ଏହି ହେଲ୍‌ଥ ସେଣ୍ଟର କାର୍ଯ୍ୟ କରିବ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ କରୋନା ସଂକ୍ରମିତ ରୋଗୀମାନେ ଚିକିତ୍ସା ପାଇଁ ଆସିବେ । ଏଠାରେ ଚିକିତ୍ସା ପରେ ଆରୋଗ୍ୟ ନ ହେଲେ ଉଚ୍ଚ ଚିକିତ୍ସା ପାଇଁ ଅନ୍ୟ କୋଭିଡ୍ ହସ୍ପିଟାଲକୁ ପଠାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଏବେଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏଠାରେ ପୁର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ବିଭାଗକୁ ବନ୍ଦ କରି ଦିଆଯିବ ।

ଅନ୍ୟ ସାଧାରଣ ଚିକିତ୍ସା ପରବର୍ତ୍ତି ନିର୍ଦ୍ଧେଶନାମା ନ ଆସିଲା ପର୍ଯ୍ୟନ୍ତ ହେବନାହିଁ । ଏଠାରେ କାର୍ଯ୍ୟ କରୁଥିବା ଡାକ୍ତର ଓ କର୍ମଚାରୀମାନେ ୧୪ ଦିନ କାର୍ଯ୍ୟ କରିବା ପରେ ସେମାନଙ୍କୁ ଏହି ହେଲ୍‌ଥ ସେଣ୍ଟର ପରିସରରେ ଆଇସୋଲେସନ୍ ଭାବେ ରଖାଯିବ । ସେମାନେ ମେଡିକାଲ ପରିସର ବାହାରକୁ ଯ୍ଧବ ପାରିବେ ନାହିଁ । ଏପରିକି ୩ମାସ ପର୍ଯ୍ୟନ୍ତ ଘରକୁ ମଧ୍ୟ ଯାଇ ପାରିବେ ନାହିଁ । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାପାଳ କହିଥିଲେ ଯେ ପୁର୍ବରୁ ଏଠାକୁ ପ୍ରତିଦିନ ହାରାହାରି ୩ଶହ ରୋଗୀ ଆଉଟ୍ ଡୋରକୁ ଚିକିତ୍ସା ପାଇଁ ଆସିଥାନ୍ତି । ସେମାନେ ରଣପୁର ଓ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସିôତି ହେବେ । କିନ୍ତୁ ଏହି ହେଲ୍‌ଥ ସେଣ୍ଟରରେ ଆଇ.ସି.ୟୁ ଓ ଭେଣ୍ଟିଲେଟର ର ସୁବିଧା ନଥିବା ମଧ୍ୟ କହିଥିଲେ । ଏହାଦ୍ୱାରା କରୋନା ସଂକ୍ରମିତ ରୋଗୀମାନେ ବିଶେଷ ଉପକୃତ ହେବେ ବୋଲି ସୁଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.