Home ଓଡ଼ିଶା ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ସାଧାରଣ ରୋଗୀ ଚିକିତ୍ସା ବନ୍ଦ ନେଇ ଜନ ଅସନ୍ତୋଷ

ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ସାଧାରଣ ରୋଗୀ ଚିକିତ୍ସା ବନ୍ଦ ନେଇ ଜନ ଅସନ୍ତୋଷ

406

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୪-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ସାଧାରଣ ରୋଗୀ ଚିକିତ୍ସା ଏପ୍ରିଲ୍ ୧୮ ବନ୍ଦ ହୋଇଯିବା କଥା ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ ପ୍ରେସ୍ ମିଟ୍ ରେ ସୁଚନା ଦେବା ପରେ ଚାନ୍ଦପୁର ଓ ରଣପୁର ବାସୀଙ୍କ ମନ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କାରଣ ଦେଶ ସ୍ୱାଧିନତା ହେବା ପରେ ଓଡିଶାର ପ୍ରଥମ ନାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ରଣପୁର ରାଜମାତା ବସନ୍ତ ମଂଜରୀ ଦେବୀ ଚାନ୍ଦପୁରଠାରେ ବସନ୍ତ ମଂଜରୀ ଯକ୍ଷ୍ମା ନିବାସ ଆରମ୍ଭ କରିଥିଲେ । ଯାହା ଉପରେ ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ର ଯକ୍ଷ୍ମା ରୋଗୀମାନେ ଚିକିତ୍ସା ପାଇଁ ନିର୍ଭର କରୁଥିଲେ । ପରବର୍ତ୍ତି ସମୟ କ୍ରମେ ଏହା ସାଧାରଣ ରୋଗୀ ଚିକିତ୍ସା କେନ୍ଦ୍ର ଭାବରେ ସବୁ ବିଭାଗର ରୋଗୀମାନେ ଚିକିତ୍ସିତ ହେଉଥିଲେ । ୧୧୭ଏକର ବିଶିଷ୍ଟ ଏହି ସାଧାରଣ ସ୍ୱାସ୍ଥ୍ୟ ନିବାସ ବସନ୍ତ ମଂଜରୀଙ୍କ ନାମରେ କାର୍ଯ୍ୟ କରୁଥିଲା ।

ଯାହା ଫଳରେ ଖୋର୍ଦ୍ଧା, ନୟାଗଡ, ଗଂଜାମ, ପୁରୀ ଏପରିକି ଛତିଶଗଡର କିଛି ରୋଗୀ ସାଧାରଣ ଚିକିତ୍ସା ପାଇଁ ଏଠାକୁ ଆସୁଥିଲେ । ପ୍ରତିଦିନ ପ୍ରାୟତଃ ୩ଶହରୁ ଉର୍ଦ୍ଧ୍ୱ ରୋଗୀ ଆଉଟ୍ ଡୋରକୁ ଆସିଥାନ୍ତି । ଇନ୍‌ଡୋର୍ ରେ ମଧ୍ୟ ରୋଗୀ ସଂଖ୍ୟା କମ ନୁହେଁ । ଯାହା ଉପରେ ଚାନ୍ଦପୁର ଅଂଚଳର ଜୀବନ ଜିବିକା ନିର୍ଭର କରିଥାଏ । ଯକ୍ଷ୍ମା ନିବାସ ଥିବାବେଳେ ରାସ୍ତା କଡରେ ଏକ ଆଉଟ୍ ଡୋର ଖୋଲାଯାଇ ସାଧାରଣ ରୋଗୀଙ୍କର ଚିକିତ୍ସା କରାଯାଉଥିଲା । ସାଧାରଣ ଚିକିତ୍ସା ଆରମ୍ଭ ପରେ ସେହି ପୁରାତନ ଆଉଟ୍ ଡୋର୍ ରେ ଏବେ ଅଙ୍ଗନାବାଡି କେନ୍ଦ୍ର ଚାଲୁଅଛି । ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟକେତନ ସାହୁ ପୁର୍ବଭଳି ସାଧାରଣ ରୋଗିଙ୍କ ଚିକିତ୍ସା ପାଇଁ ସେହି ପୁରାତନ ଆଉଟ୍‌ଡୋରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ନୟାଡ ଜିଲ୍ଲାପାଳ ପୋମା ଟୁଡୁଙ୍କୁ  ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତରଙ୍କ ଅଭାବ ଦର୍ଶାଇ ପରବର୍ତ୍ତି ପର୍ଯ୍ୟାୟରେ ଜିଲ୍ଲାପାଳ ତାହାକୁ ବିଚାରକୁ ନେବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.