Home ଅନୁଗୁଳ ଶନିଦେବ ସେନା ସଙ୍ଗଠନ ସାଜିଲେ କରୋନା ଯୋଦ୍ଧା ବସ୍ତି ବାସିନ୍ଦାଙ୍କୁ ସଚେତନ କରାଇବା ସହ ବାଂଟିଲେ...

ଶନିଦେବ ସେନା ସଙ୍ଗଠନ ସାଜିଲେ କରୋନା ଯୋଦ୍ଧା ବସ୍ତି ବାସିନ୍ଦାଙ୍କୁ ସଚେତନ କରାଇବା ସହ ବାଂଟିଲେ ମାସ୍କ ଓ ଖାଦ୍ୟ ସାମଗ୍ରୀ

260

ତାଳଚେର,୧୮/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାବିପତି କରୋନାର ଦୃଢ଼ ମୁକାବିଲା କରିବାପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଚାରିଆଡ଼େ ସଂକ୍ରମଣର ଆଶଙ୍କା ଥିବାରୁ ଲୋକଙ୍କୁ ଆବଶ୍ୟକ ନଥିଲେ ଘରୁ ପଦାକୁ ନ ବାହାରିବାକୁ ତଥା ସରକାରଙ୍କ ଦ୍ୱାରା ଜାରି ଗାଇଡ଼ଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏପରି ଦୀର୍ଘଦିନ ଧରି ଲକ୍ ଡାଉନ୍ ସମୟରେ ବସ୍ତିମାନଙ୍କରେ ବାସ କରୁଥିବା ବହୁ ଗରିବ,ଦିନ ମଜୁରିଆ ଓ ଅସହାୟ ଲୋକେ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି ଶନିଦେବ ସେନା ସଙ୍ଗଠନ । ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ଅନ୍ତର୍ଗତ ରାଧାରମଣପୁର ସେଂଟ୍ରାଲ ନର୍ସରି ପାଖ ମୁଣ୍ଡା ବସ୍ତିରେ ବାସ କରୁଥିବା ୩୦ଟି ପରିବାରକୁ କରୋନା ସମ୍ପର୍କରେ ସଚେତନତା କରାଯାଇଥିଲା । ଅତି ଆବଶ୍ୟକ ନଥିଲେ ଘରେ ହିଁ ରହିବା,ହାତକୁ ନିୟମିତ ଭାବେ ଧୋଇବା,ସାମାଜିକ ଦୁରତ୍ୱ ବଜାୟ ରଖିବା ନିମନ୍ତେ ବସ୍ତିବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହ ସଙ୍ଗଠନ ପକ୍ଷରୁ ସମସ୍ତ ପରିବାରକୁ ଚାଉଳ, ଡାଲି, ପରିବା, ସାବୁନ, ପୋଷାକ ଓ ମାସ୍କ ବିତରଣ କରାଯାଇଥିଲା । ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଦମୟନ୍ତୀ ଭୂତିଆ ଏବଂ ଆଶା କର୍ମୀ ନିରାଶ ଲେଙ୍କା ଙ୍କର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ସୁଧୀର କୁମାର ପାଢ଼ୀ,ସମ୍ପାଦକ ଲଳିତ ମୋହନ ସାହୁ,କୋଷାଧ୍ୟକ୍ଷ ସରୋଜ ସାହୁ,ଲିଟୁ ନନ୍ଦ,ମନୋରଞ୍ଜନ ସାହୁ, ଶୁଭେନ୍ଦୁ ପାଢ଼ୀ ଏବଂ ପରାମର୍ଶଦାତା ସତ୍ୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଶନିଦେବ ସେନା ସଙ୍ଗଠନ ଅସହାୟ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସହଯୋଗର ହାତ ବଢ଼ାଇବ ବୋଲି ସଙ୍ଗଠନର ସଭାପତି ସୁଧୀର କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.