ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଯୁବରେଡକ୍ରସ ପକ୍ଷରୁ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଲକଡାଉନ ଯୋଗୁଁ ଗରୀବ ଲୋକମାନେ ବାହାରକୁ କାମ କରିବାକୁ ଯାଇ ନପାରି ବହୁ କଷ୍ଟରେ ଘରେ ରହୁଥିବା ବେଳେ ଜିଲା ଯୁବ ରେଡକ୍ରସ ପକ୍ଷରୁ ଏମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଆସୁଥିବା ବେଳେ ବୌଦ୍ଧ ସହରର ହରିଜନ ସାହିରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଚୁଡା, ଆଳୁ, ଟମାଟୋ , ଲୁଣ ସମେତ ହାତକୁ ସଫା ସୁତୁରା ରଖିବାକୁ ସାବୁନ ଓ ମାସ୍କ ବଣ୍ଟନ କରିଥିଲେ । ଏହା ସହ ସାମାଜିକ ଦୁରତା ରଖିବା ସହ ଘରେ ରଖିବାକୁ ଆହ୍ୱାନ କରିଥିଲେ । ଏହି ସହାୟତା ବଣ୍ଟନ ସମୟରେ ଯୁବ ରେଡକ୍ରସର ସଂପାଦକଙ୍କ ସହିତ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ ।