Home ଓଡ଼ିଶା ବୌଦ୍ଧରେ ଉଦଘାଟିତ ହେଲା କୋଭିଡ ହେଲଥ କେୟାର ସେଣ୍ଟର

ବୌଦ୍ଧରେ ଉଦଘାଟିତ ହେଲା କୋଭିଡ ହେଲଥ କେୟାର ସେଣ୍ଟର

265

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ସାରା ଦେଶରେ କୋରନା ଭୂତାଣୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଏହାର ମୁୂକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଅଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭାବେ କୋଭିଡ ମେଡିକାଲ ଖୋଲିଥିବା ବେଳେ ଜିଲାସ୍ତରରେ ମଧ୍ୟ କୋରନା ମୁକାବିଲା ପାଇଁ ହେଲଥ ସେଣ୍ଟର ମାନ ଖୋଲାଯାଉଛି ।  ବୌଦ୍ଧରେ ପୂରଣା ଜେଲ ଠାରେ ନୂତନ ଭାବେ କୋଭିଡ ହେଲଥ କେୟାର ସେଣ୍ଟର ର ଉଦଘାଟନ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ହେଲଥ କେୟାର ସେଣ୍ଟରର ଉଦଘାଟନ କରିଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ   ନୂତନ ହେଲଥ ସେଣ୍ଟର ପରିସରରେ ପୂଜାର୍ଚ୍ଚାନା କରାଯାଇ ଶୁଭାରମ୍ଭ କରାଯାଇଥିଲା । ଏହି ହେଲଥ କେୟାର ସେଣ୍ଟରେ ୧୨୦ ଗୋଟି ନୁତନ ଶଯ୍ୟା କରାଯାଇଥିବା ବେଳେ ଏଠାରେ କୋରନା ସଂକ୍ରମିତ ରୋଗିଙ୍କୁ ଚିକତ୍ସା କରାଯିବ ଓ ଏହାସହ ଏଠାରେ ରୋଗିଙ୍କୁ ଆଇସୋଲେସନରେ ରଖାଯିବ । ଏଥିପାଇଁ  ୨୦ ଜଣ ନର୍ସଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମାନେ ନିୟମିତ ଭାବେ  ଚିକିତ୍ସା ଯୋଗାଇଦେବେ ।  ଉଦଘାଟନ ସମୟରେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ.ଲକ୍ଷ୍ମୀଧର ସାହୁ, ଆରକ୍ଷୀ ଅଧିକ୍ଷକ ଭି .ରଘୁନାଥ ରାଓ, ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଓ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ ହେଲଥ କେୟାର ସେଣ୍ଟର ଉଦଘାଟନ ପରେ ଜିଲାପାଳ ଗଣମାଧ୍ୟମକୁ କହିଥିଲେ , ଏଠାରେ ସମସ୍ତ ସୁବିଧା କରାଯାଇଛି, ଏଥିସହିତ ଜିଲାରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଅସ୍ଥାୟୀ ଭାବେ ସେଣ୍ଟର ଖୋଲାଯାଇଛି । ଜିଲାବାସୀଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲାପାଳ ଅନୁରୋଧ କରିବା ସହ ଲଗଡାଉନକୁ ଜିଲାବାସୀ ଠିକ ଭାବେ ପାଳନ କରୁଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.