Home ଓଡ଼ିଶା ବୌଦ୍ଧ ଯୁବ ରେଡକ୍ରସ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ ଯୁବ ରେଡକ୍ରସ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

219

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ବୌଦ୍ଧ ଯୁବରେଡକ୍ରସ ପକ୍ଷରୁ  ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଲକଡାଉନ ଯୋଗୁଁ  ଗରୀବ ଲୋକମାନେ ବାହାରକୁ  କାମ କରିବାକୁ ଯାଇ ନପାରି ବହୁ କଷ୍ଟରେ ଘରେ ରହୁଥିବା ବେଳେ ଜିଲା ଯୁବ ରେଡକ୍ରସ  ପକ୍ଷରୁ  ଏମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଆସୁଥିବା ବେଳେ  ବୌଦ୍ଧ ସହରର ହରିଜନ ସାହିରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଚୁଡା, ଆଳୁ, ଟମାଟୋ , ଲୁଣ ସମେତ ହାତକୁ ସଫା ସୁତୁରା ରଖିବାକୁ ସାବୁନ ଓ ମାସ୍କ ବଣ୍ଟନ କରିଥିଲେ । ଏହା ସହ ସାମାଜିକ ଦୁରତା ରଖିବା ସହ ଘରେ ରଖିବାକୁ ଆହ୍ୱାନ କରିଥିଲେ । ଏହି ସହାୟତା ବଣ୍ଟନ ସମୟରେ ଯୁବ ରେଡକ୍ରସର ସଂପାଦକଙ୍କ ସହିତ  ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.