Home ଓଡ଼ିଶା ଆରସେଟି ପକ୍ଷରୁ ଚାଷୀଙ୍କୁ ମାସ୍କ ବଣ୍ଟନ

ଆରସେଟି ପକ୍ଷରୁ ଚାଷୀଙ୍କୁ ମାସ୍କ ବଣ୍ଟନ

235

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ବୌଦ୍ଧ ଷ୍ଟେଟବ୍ୟାଙ୍କ ଆରସେଟି ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସହରର ୪ ଟି ସ୍ଥାନକୁ ଦୈନିକ ବଜାର ସ୍ଥାନାନ୍ତର କରାଯାଇଥିବାବେଳେ ସାଧାରଣଲୋକ ବାଇକ ବ୍ୟବହାର ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବୌଦ୍ଧଥାନା ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହିତ ଅମାନିଆଁ ବାଇକ ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଗାଡି ଗୁଡିକୁ ଜବତ କରାଯାଇ ଚେତାବନୀ ଦିଆଯିବା ସହିତ ଜୋରିମାନା ଆଦାୟ କରାଯାଉଅଛି । କିନ୍ତୁ ଗ୍ରାମାଞ୍ଚଳରୁ ଦୈନିକ ବଜାରକୁ ପ୍ରତିଦିନ ଆସୁଥିବା ଚାଷୀମାନେ ସଚେତନତା ଅଭାବରୁ ମାସ୍କ ବ୍ୟବହାର କରୁନଥିବାବେଳେ  ଷ୍ଟେଟବ୍ୟାଙ୍କ ଆରସେଟି ପକ୍ଷରୁ ଦୈନିକ ବଜାର ମଧ୍ୟରେ ବୁଲି ପନିପରିବା ଚାଷୀଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । ଲିଡବ୍ୟାଙ୍କ ମେନେଜର ରବିନ୍ଦ୍ର କୁମାର ସେଠୀ,ଷ୍ଟେଟବ୍ୟାଙ୍କ କୃଷି ଉନ୍ନୟନ ଶାଖା ମୁଖ୍ୟ ପରିଚାଳକ ସଂଜୟ କୁମାର ସାହୁ,ଆରସେଟି ପ୍ରଶିକ୍ଷକ ଅମର ପ୍ରସାଦ ଶତପଥୀ,କାନନ ଖମାରୀ ଓ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ମାସ୍କ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.