Home ଅପରାଧ ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..

ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..

1620

ନୂଆଦିଲ୍ଲୀ: ଜଣେ ମା’ ତାର ୧୭ ବର୍ଷର ପୁଅକୁ ହତ୍ୟା କରିଛି। ହତ୍ୟା ପରେ ପୁଅ ସିଧା ସ୍ୱର୍ଗ ପ୍ରାପ୍ତି ହେବ ବୋଲି କହିଛି ମା’। ଗୁଜୁରାଟର ରାଜକୋଟ ଅନ୍ତର୍ଗତ ରାଞ୍ଚୋଦଭାଡି ଅଞ୍ଚଳରେ ଏପରି ଏକ ହୃଦୟ ବିଦାରକ ଘଟଣାଟିଏ ଘଟିଛି। ପୁଅର ଦୀର୍ଘ ଦିନର ଅସୁସ୍ଥତା ଏବଂ ଅସ୍ଥିରତା ହେତୁ କ୍ଳାନ୍ତ ହୋଇ ଏବଂ ତା’ର ଯନ୍ତ୍ରଣା ଦେଖିନପାରି ଶେଷରେ ମା’ ତା’ ନିଜର ଭେଣ୍ଡିଆ ପୁଅକୁ ହତ୍ୟା କରିଛି।

କାହିଁକି କଲେ ହତ୍ୟା :-
ଘଟଣାରୁ ଜଣାପଡ଼ିଛି, ଡାକୁ ଡାଙ୍ଗାରିଆ (୩୮) ନାମକ ମହିଳାଙ୍କର ପୁଅ ପ୍ରିନ୍ସ (୧୭) ଦୀର୍ଘ ଦିନ ହେଲା ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଥିଲେ। ସେ ଠିକରେ ଦେଖିପାରୁ ନଥିଲେ କି ଶୁଣି ପାରୁନଥିଲେ। ବହୁ ଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ରାଜକୋଟ ସମେତ ଅହମ୍ମଦାବାଦରେ ବିଭିନ୍ନ ଡାକ୍ତରଙ୍କ ପାଖରେ ତାଙ୍କର ଚିକିତ୍ସା କରାଯାଉଥିଲା। ମା’ ମଧ୍ୟ ପୁଅର ସେବା କରି ଆସୁଥିଲେ। କିନ୍ତୁ, ପୁଅର ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଥକିପଡ଼ି ଯାଇଥିଲେ। ସେ ତା’ର ଯନ୍ତ୍ରଣା ମଧ୍ୟ ଦେଖିପାରିଲେ ନାହିଁ। ତେଣୁ ଶେଷରେ ସେ ପୁଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିପାଇଁ ସେ ଏକାଦଶୀ ତିଥି ଦିନଟିକୁ ବାଛିଥିଲେ। କାରଣ ଏକାଦଶୀ ତିଥିରେ ହତ୍ୟା କଲେ ପୁଅ ମୋକ୍ଷ ପାଇ ସିଧା ସ୍ୱର୍ଗ ପ୍ରାପ୍ତି ହେବ ବୋଲି ଭାବିଥିଲେ ମା’।

କିପରି କଲେ ହତ୍ୟା :-
ସ୍ୱାମୀ କିଶୋର ଡାଙ୍ଗାରିଆ (୪୦) କାମ କରିବାକୁ ବାହାରକୁ ଯାଇଥିବା ସମୟରେ ସେ ପୁଅକୁ ଖଟ ତଳେ ଚଟାଣରେ ଶୁଆଇ ଏକ ଚୁନି (ଓଢ଼ଣୀ) ସାହାଯ୍ୟରେ ତା’ର ଗଳା ଚିପି ଦେଇଥିଲେ। ଓଢ଼ଣୀ ଟାଣିବା ମାତ୍ରେ ପୁଅର ନାକ ଓ ପାଟିରୁ ରକ୍ତ ବାହାରିଥିଲା। ଏହା ପରେ ସେ ତାଙ୍କ ସ୍ୱାମୀଙ୍କୁ ଡାକି ପୁଅ ଖଟ ଉପରୁ ପଡ଼ି ଯାଇଥିବାର କାହାଣୀ କହିଥିଲେ। ପୁଅକୁ ଡାକ୍ତରଖାନା ନେବାରେ ସେଠାରେ ତାଙ୍କୁ ମୃତ ଘୋଷଣା କରଯାଇଥିଲା। ତେବେ, ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରିନ୍ସଙ୍କ ଗଳା ଚିପିହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହାପରେ ମହିଳାଙ୍କ ଉପରେ ସନ୍ଦେହ କରି ପୋଲିସ ପଚରାଉଚରା କରିବାରେ ମହିଳା ଜଣଙ୍କ ଦୋଷ ସ୍ୱୀକାର କରିଥିଲେ। କିନ୍ତୁ ଏକାଦଶୀ ତିଥି ପରି ଶୁଭ ବେଳାରେ ହତ୍ୟା କରି ସେ ତାକୁ ମୋକ୍ଷ ଦେଇଛନ୍ତି, ପୁଅକୁ ସିଧା ସ୍ୱର୍ଗ ପ୍ରାପ୍ତି ହେବ ବୋଲି କହିଥିଲେ ମା’!-ଦେବଦତ୍ତ ରଥ

କରୋନା ଆତଙ୍କ; ଛାଡ଼ପତ୍ର ବିପଦ: ତୀର୍ଥ କିମ୍ବା ବିଜିନେସ୍ ଟୁର୍ କହି ମୌଜ୍ କରୁଥିଲେ ଥାଇଲ୍ୟାଣ୍ଡରେ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.