ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୩-ନୟାଗଡ ଜିଲ୍ଲା ରଣପୁରରେ ରାଜ୍ୟ ସରକାରଙ୍କ ତରଫରୁ ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶ ଓ ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ସମସ୍ତ ଔଷଧ ଦୋକାନୀ ମାନଙ୍କୁ ଡାକ୍ତରଙ୍କ ବିନା ପ୍ରେସକ୍ରିପସନ୍ ରେ ଜ୍ୱର, ଥଣ୍ଡା ଓ କାଶ ରୋଗୀଙ୍କୁ ଔଷଧ ଦେବାପାଇଁ ଡାକବାଜି ଯନ୍ତ୍ର ଯୋଗେ ବାରଣ କରିଥିବା ଜଣା ପଡିଛି । ଯଦି କେହି ବିନା ପ୍ରେସକ୍ରିପସନ୍ ରେ ଔଷଧ ଦେଇଥାଏ ଭବିଷ୍ୟତରେ ଯଦି ସେ ଲୋକ କରୋନା ସଂକ୍ରମିତ ବୋଲି ଜଣାପଡେ ତାହେଲେ ଔଷଧ ଦୋକାନୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଭାବରେ ରଣପୁରର ବ୍ଲକ୍ ୩୭ଗୋଟି ପଂଚାୟତରେ ୩୭ଗୋଟି ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ରଣପୁର ନୋଡାଲ ଅଫିସର୍ ତଥା ସ୍ଥାନୀୟ ତହସିଲ୍ଦାର ସଂଜୟ କୁମାର ସାମନ୍ତରାୟଙ୍କଠାରୁ ସୁଚନା ମିଳିଛି । ରଣପୁରର ୩୭ଗୋଟି ଗ୍ରାମ ପଂଚାୟତ କେନ୍ଦ୍ର ବାହାରେ ଆଇସୋଲେସନ୍ କେନ୍ଦ୍ର ବୋର୍ଡ ମରାଯାଇଥିବା ବେଳେ କେନ୍ଦ୍ର ଭିତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋର୍ଡ ମରାଯାଇଅଛି । ପଟିଆ ଗ୍ରାମ ପଂଚାୟତ କେନ୍ଦୁଆ ଆଶ୍ରମ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିଛି ଲୋକ ବିରୋଧ କରୁଥିଲେ ।
ରଣପୁର ତହସିଲ୍ଦାର ତଥା କୋଭିଡ୍୧୯ ଲକ୍ଡାଉନ୍ ର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ଘଟଣା ସ୍ଥଳରେ ପହଁଚି ଅବୁଝା ଲୋକମାନଙ୍କୁ ବୁଝାସୁଝା କରିବା ପରେ ଏହି କେନ୍ଦ୍ର ଚାଲୁଅଛି । ଅବୁଝା ଲୋକମାନଙ୍କର କହିବା କଥା ଥିଲା ଏହି ଲୋକମାନେ କରୋନା ଭାଇରସ୍ ରେ ସଂକ୍ରମିତ । ତେଣୁ ଏଠାରେ କେନ୍ଦ୍ର ଖୋଲାଗଲେ ଆମ୍ଭ ଅଂଚଳରେ କରୋନା ଭାଇରସ୍ ବ୍ୟାପିଯିବ । ନୋଡାଲ ଅଫିସର୍ ଏବଂ ସ୍ଥାନୀୟ ସରପଂଚ ପ୍ରଭାତ କୁମାର ସାହୁ ବୁଝାଇଲେ ଯେ ଏମାନେ କରୋନା ସଂକ୍ରମିତ ବୋଲି କୌଣସି ପ୍ରମାଣ ନାହିଁ । ସେମାନେ ବାଙ୍ଗାଲୋର୍ ଓ ଯାଜପୁର ଅଂଚଳରୁ ଆସିଛନ୍ତି । ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଏଠାରେ ଆଇସୋଲେସନ୍ ରେ ରଖାଯାଇ ଖାଦ୍ୟ ପାନୀୟ ପ୍ରଦାନ କରାଯିବ । ତା ପରେ କେନ୍ଦ୍ରକୁ ବିରୋଧ କରୁଥିବା ଲୋକମାନେ ବୁଝିଯାଇଥିଲେ । ଏହି ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଜଣ ବ୍ୟକ୍ତି ରହିଅଛନ୍ତି । ସେମାନଙ୍କ ପାଇଁ ବିଦ୍ୟୁତ୍ ଆଲୋକ, ପାନୀୟ ଜଳ, ଲାଟିନ୍ ଓ ଗାଧୋଇବା ପାଇଁ ଜଳର ବନ୍ଦୋବସ୍ତ ସହ ରନ୍ଧା ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଅଛି ଏବଂ ପଂଚାୟତ ଦାୟିତ୍ୱରେ ଥିବା ଆଶାକର୍ମୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କିଛି ସ୍ୱେଛାସେବୀ ରହିଅଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଅଛି । ଆବଶ୍ୟକ ପଡିଲେ ନିକଟସ୍ଥ ଡାକ୍ତରଙ୍କ ସହ ଯୋଗା ଯୋଗ ଜାରି ରହିଛି