Home ଓଡ଼ିଶା ରଣପୁର ଔଷଧ ଦୋକାନୀଙ୍କ ପ୍ରତି ପ୍ରଶାସନର ସୁଚନା ରଣପୁରରେ ୩୭ ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ...

ରଣପୁର ଔଷଧ ଦୋକାନୀଙ୍କ ପ୍ରତି ପ୍ରଶାସନର ସୁଚନା ରଣପୁରରେ ୩୭ ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

75

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୩-ନୟାଗଡ ଜିଲ୍ଲା ରଣପୁରରେ ରାଜ୍ୟ ସରକାରଙ୍କ ତରଫରୁ ଥାନା ଇନିସ୍‌ପେକ୍ଟର  ରଶ୍ମିରଂଜନ ଦାଶ ଓ ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ସମସ୍ତ ଔଷଧ ଦୋକାନୀ ମାନଙ୍କୁ ଡାକ୍ତରଙ୍କ ବିନା ପ୍ରେସକ୍ରିପସନ୍ ରେ ଜ୍ୱର, ଥଣ୍ଡା ଓ କାଶ ରୋଗୀଙ୍କୁ ଔଷଧ ଦେବାପାଇଁ ଡାକବାଜି ଯନ୍ତ୍ର ଯୋଗେ ବାରଣ କରିଥିବା ଜଣା ପଡିଛି । ଯଦି କେହି ବିନା ପ୍ରେସକ୍ରିପସନ୍ ରେ ଔଷଧ ଦେଇଥାଏ ଭବିଷ୍ୟତରେ ଯଦି ସେ ଲୋକ କରୋନା ସଂକ୍ରମିତ ବୋଲି ଜଣାପଡେ ତାହେଲେ ଔଷଧ ଦୋକାନୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଭାବରେ ରଣପୁରର ବ୍ଲକ୍ ୩୭ଗୋଟି ପଂଚାୟତରେ ୩୭ଗୋଟି ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ରଣପୁର ନୋଡାଲ ଅଫିସର୍ ତଥା ସ୍ଥାନୀୟ ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କଠାରୁ ସୁଚନା ମିଳିଛି । ରଣପୁରର ୩୭ଗୋଟି ଗ୍ରାମ ପଂଚାୟତ କେନ୍ଦ୍ର ବାହାରେ ଆଇସୋଲେସନ୍ କେନ୍ଦ୍ର ବୋର୍ଡ ମରାଯାଇଥିବା ବେଳେ କେନ୍ଦ୍ର ଭିତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋର୍ଡ ମରାଯାଇଅଛି । ପଟିଆ ଗ୍ରାମ ପଂଚାୟତ କେନ୍ଦୁଆ ଆଶ୍ରମ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିଛି ଲୋକ ବିରୋଧ କରୁଥିଲେ ।

ରଣପୁର ତହସିଲ୍‌ଦାର ତଥା କୋଭିଡ୍‌୧୯ ଲକ୍‌ଡାଉନ୍ ର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ଘଟଣା ସ୍ଥଳରେ ପହଁଚି ଅବୁଝା ଲୋକମାନଙ୍କୁ ବୁଝାସୁଝା  କରିବା ପରେ ଏହି କେନ୍ଦ୍ର ଚାଲୁଅଛି । ଅବୁଝା ଲୋକମାନଙ୍କର କହିବା କଥା ଥିଲା ଏହି ଲୋକମାନେ କରୋନା ଭାଇରସ୍ ରେ ସଂକ୍ରମିତ । ତେଣୁ ଏଠାରେ କେନ୍ଦ୍ର ଖୋଲାଗଲେ ଆମ୍ଭ ଅଂଚଳରେ କରୋନା ଭାଇରସ୍ ବ୍ୟାପିଯିବ । ନୋଡାଲ ଅଫିସର୍ ଏବଂ ସ୍ଥାନୀୟ ସରପଂଚ ପ୍ରଭାତ କୁମାର ସାହୁ ବୁଝାଇଲେ ଯେ ଏମାନେ କରୋନା ସଂକ୍ରମିତ ବୋଲି କୌଣସି ପ୍ରମାଣ ନାହିଁ । ସେମାନେ ବାଙ୍ଗାଲୋର୍ ଓ ଯାଜପୁର ଅଂଚଳରୁ ଆସିଛନ୍ତି । ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଏଠାରେ ଆଇସୋଲେସନ୍ ରେ ରଖାଯାଇ ଖାଦ୍ୟ ପାନୀୟ ପ୍ରଦାନ କରାଯିବ । ତା ପରେ କେନ୍ଦ୍ରକୁ ବିରୋଧ କରୁଥିବା ଲୋକମାନେ ବୁଝିଯାଇଥିଲେ । ଏହି ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଜଣ ବ୍ୟକ୍ତି ରହିଅଛନ୍ତି । ସେମାନଙ୍କ ପାଇଁ ବିଦ୍ୟୁତ୍ ଆଲୋକ, ପାନୀୟ ଜଳ, ଲାଟିନ୍ ଓ ଗାଧୋଇବା ପାଇଁ ଜଳର ବନ୍ଦୋବସ୍ତ ସହ ରନ୍ଧା ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଅଛି ଏବଂ ପଂଚାୟତ ଦାୟିତ୍ୱରେ ଥିବା ଆଶାକର୍ମୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କିଛି ସ୍ୱେଛାସେବୀ ରହିଅଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଅଛି । ଆବଶ୍ୟକ ପଡିଲେ ନିକଟସ୍ଥ ଡାକ୍ତରଙ୍କ ସହ ଯୋଗା ଯୋଗ ଜାରି ରହିଛି

 

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.