ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) : ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାଭାଇରସ୍ କାରଣରୁ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ଏହାଫଳରେ ଟିକସ ଦାତା ଯେଉଁମାନେ ଆଜିପର୍ଯ୍ୟନ୍ତ ସେମାନଙ୍କ ପାନ୍ ସହିତ ଆଧାରଙ୍କୁ ଲିଙ୍କ୍ କରିନାହାଁନ୍ତି ସେମାନଙ୍କୁ ଆଶ୍ୱସ୍ତି ମିଳିଛି। ପୂର୍ବରୁ ଚଳିତମାସ ୩୧ ପର୍ଯ୍ୟନ୍ତ ଲିଙ୍କ ନକଲେ ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟଯେ, ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ଏହି ସମୟ ସୀମାକୁ ୨୦୧୯, ୩୧ ଡିସେମ୍ବରୁ ୨୦୨୦, ମାର୍ଚ୍ଚ ୩୧, ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ କରୋନା ଭାଇରସ୍ କାରଣରୁ ଏହି ସମୟ ସୀମାକୁ ଆସନ୍ତା ୩୦ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।








