କେନ୍ଦୁଝର, ୧୭ ମାର୍ଚ୍ଚ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସଂପ୍ରତି ବିଶ୍ୱରେ ଘାତକ କରୋନା ଭାଇରସ ମହାମାରୀ ର ରୂପ ନେଉଥିବା ପରିପ୍ରେକ୍ଷିରେ ସଂକ୍ରମଣର ପ୍ରତିରୋଧ କରିବା ପାଇିଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ପ୍ରସିଦ୍ଧ ଶୈବପୀଠ ଗୋନାସିକା ଠାରେ ଚଳିତ ମାର୍ଚ୍ଚ ମାସ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ବାରୁଣୀ ଯାତ୍ରାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଗୋନାସିକସ୍ଥିତ ଜୁଆଙ୍ଗ ଉନ୍ନୟନ ସମ୍ମିଳନୀ କକ୍ଷରେ କେନ୍ଦୁଝ ର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବାରୁଣୀ ଯାତ୍ରାର ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ସର୍ବ ସମ୍ମତି କ୍ରମେ ବାତିଲ କରାଯାଇଥିଲା। କରୋନା ଭାଇରସ ସଂକ୍ରମଣକୁ ପ୍ରତିରୋଧ କରିବା ପାଇିଁ ଜିଲ୍ଲା ମାଜି ଷ୍ଟ୍ରେଟ ଙ୍କ ଦ୍ୱାରା ଜିଲ୍ଲାରେ ସିଆରପିସିର ଧାରା ୧୪୪ ଜାରି କରାଯାଇ ଜନ ସମାଗମ, ଯାନିଯାତ୍ରା, ମେଳା ମହୋତ୍ସବ ଇଥ୍ୟାଦି ଉପରେ କଟକମା ଲାଗୁ କରାଯାଇଥିବା ପରିପ୍ରେକ୍ଷିରେ ଚଳିତ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରସିଦ୍ଧ ବାରୁଣୀ ଯାତ୍ରାକୁ ବନ୍ଦ ରଖିବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ବାରୁଣୀଯାତ୍ରାର ବିଧିନୁଯାୟୀ ମନ୍ଦିର ପ୍ରଶାସନ ପକ୍ଷରୁ ପୂଜା ଅନୁଷ୍ଠିତ ହେବ।ମନ୍ଦିର ନିକଟରେ କେଣୈଣସି ଦୋକାନ ବସାଇ ଦିଆଯିବ ନାହିଁ।କିମ୍ବା ଜନ ସମାଗମ ହେବା ନାହିଁ ବୋଲି ନିଷ୍ପତି ନିଆଯାଇଛି। ବାରୁଣୀ ସ୍ନାନକୁ ସଂପୁର୍ଣ୍ଣ ନିଷେଧ କରାଯାଇ ଅବସ୍ଥିତ ଅବସ୍ଥିତ କୁଣ୍ଡକୁବାରିକେଡ ଦ୍ୱାରା ଆବଦ୍ଧ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି। ଅଯଥା ଭିଡକୁ କମାଇବା ଲାଗ ିମନ୍ଦିର ଗର୍ଭଗୃହରେ ପ୍ରବେଶ ନିଷେଦ୍ଧ କରାଯାଇଛି।କରୋନା ଭଳି ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବା ପାଇିଂ ଏଭଳି ପଦ େ କ୍ଷପ ଗ୍ରହଣ କରାଯାଇ ଥିବାରୁ ଏ ସଂପର୍କରେ ଆଖପାଖ ଅଞ୍ଝଳରେ ସଚେତନତା ସୃଷ୍ଟି କରି ବାରୁଣୀ ସ୍ନାନକୁ ନ ଆସିବା ନିମନ୍ତେ ଲୋକଙ୍କୁ ପ୍ରବର୍ତାଇବା ଲାଗି ଉପସ୍ଥାତିତ କର୍ମ କର୍ତା ଓ ଜ ନପ୍ରତି ନିଧି ମାନଙ୍କୁ ଉପଜିଲ୍ଲାପାଳ କିସ୍କୁ ଅନୁରୋଧ କରିଥିଲେ। ଏବଂ ଜନସାଧାରଣ ଏଦିଗରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।