Home ଓଡ଼ିଶା ଅଗ୍ନିହୋତ୍ରର ସୁଦୂର ପ୍ରସାରୀ ପ୍ରଭାବ ଅଛି – ପଣ୍ଡିତ ନିରଞ୍ଜନ ବ୍ରହ୍ମା

ଅଗ୍ନିହୋତ୍ରର ସୁଦୂର ପ୍ରସାରୀ ପ୍ରଭାବ ଅଛି – ପଣ୍ଡିତ ନିରଞ୍ଜନ ବ୍ରହ୍ମା

571

ଭୁବନେଶ୍ୱର ତା ୧୮/୩ (ଓଡ଼ିଆ ପୁଅ) – କରୋନା ଭୂତାଣୁକୁ ଭୟ ନକରି ଘରେ ବାହାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ନିତ୍ୟ ପ୍ରତି ସ୍ୱଗୃହରେ ଅଗ୍ନିହୋତ୍ର କରିବା ପାଇଁ ବିଶିଷ୍ଟ ଜ୍ୟୋତିର୍ବିତ, ଯଜ୍ଞ ପୁରୁଷ ଡଃ ନିରଞ୍ଜନ ବ୍ରହ୍ମା କହିଛନ୍ତି।

ଚନ୍ଦ୍ରଶେଖରପୁରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଡଃ ବ୍ରହ୍ମା କହିଲେ ଯେ, ଜ୍ୟୋତିଷ ଶାସ୍ତ୍ର ମତରେ ଧନୁ ରାଶିରେ ବୃହସ୍ପତି, ମଙ୍ଗଳ, କେତୁ ଗ୍ରହ ଏକତ୍ରିତ ହେଲେ ଦୈବୀ ଦୁର୍ବିପାକ ତଥା ମହାମାରୀ ବ୍ୟାପି ଯାଇଥାଏ ଓ ଯମଙ୍କର ଯଦି ଦୃଷ୍ଟି ବିନିମୟ ହୁଏ, ତେବେ ଏହି ଭୂତାଣୁ ବିଶ୍ୱକୁ ବ୍ୟାପି ଯାଇଥାଏ। ପୁନର୍ବାର ଏହି ଗ୍ରହମାନଙ୍କ ମଧ୍ୟରୁ କୌଣସି ଗ୍ରହ ବାହାରି ଯିବା ପରେ ରୋଗର ଉପଶମ ହୋଇଥାଏ। ତା ୨୯/୩/୨୦୨୦ ରିଖରେ ବୃହସ୍ପତି ମକର ରାଶିକୁ ଅତିସାର ହେଉଛନ୍ତି ଓ ତା ୭/୪/୨୦୨୦ ରିଖରେ ମଙ୍ଗଳ, ଶ୍ରବଣା ନକ୍ଷତ୍ର ମକର ରାଶିକୁ ଯାଉଛନ୍ତି। ଏଣୁ ଭୂତାଣୁର ପ୍ରକୋପ ବିଶ୍ୱରେ ତା ୭/୪/୨୦୨୦ ରିଖ ପର୍ଯ୍ୟନ୍ତ ରହିବ। ତା’ପରେ ଆସ୍ତେ ଆସ୍ତେ ପ୍ରଭାବ ଶୂନ୍ୟ ହେବ।

ଏଣୁ ବିଶେଷ ଭାବରେ ଓଡିଶାର ଜନସାଧାରଣଙ୍କୁ ବିନମ୍ର ନିବେଦନ, କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ନିଜେ ସଚେତନ ରହିବା ସହ ଅନ୍ୟଙ୍କୁ ସଚେତନ କରନ୍ତୁ। ପରମେଶ୍ୱର ପରମାତ୍ମାଙ୍କ ଉପରେ ଭରସା ରଖନ୍ତୁ। ପରିବେଶକୁ ଶୁଦ୍ଧ ରଖିବା ପାଇଁ ହଜାର ହଜାର ବର୍ଷ ତଳେ ମୁନୀଋଷୀମାନେ, ଗୃହସ୍ଥମାନେ ଦୈନିକ ଅଗ୍ନିହୋତ୍ର କରୁଥିଲେ। ଯଜ୍ଞରେ ପଡୁଥିବା ଔଷଧୀୟ ପଦାର୍ଥ, ବାୟୁ ମଣ୍ଡଳକୁ ଶୁଦ୍ଧ କରୁଥିଲା। ଏଣୁ ନିଜ ନିଜର ସାଧ୍ୟ ମତେ, ସ୍ୱଗୃହରେ ହବନ (ହୋମ) କରନ୍ତୁ। ମନ୍ତ୍ର ନ ଜାଣିଥିଲେ “ଓଁ ସ୍ୱାହା” କହି ୨୦ଟି ଆହୁତି ଦିଅନ୍ତୁ। ହବନରେ ଗୋ ଘୃତ ସହ ଶୁଖିଲା ତୁଳସୀ ଡାଳ, ଶୁଖିଲା ଗେଣ୍ଡୁଫୁଲ, ନିମ୍ବ ଓ ବେଲର ଶୁଖିଲା ପତ୍ର ସହ ଗ୍ରାମାଂଚଳରେ ମିଳୁଥିବା ଘସିକୁ ମଧ୍ୟ ବ୍ୟବହାର କଲେ ବାୟୁମଣ୍ଡଳ ଶୁଦ୍ଧ ହେବ। ଏହି କାର୍ଯ୍ୟକ୍ରମରେ ଆର୍ଯ୍ୟ ସମାଜ ଓଡିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.