ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଦିନ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି।
ଏ ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟଯେ, ନଭେମ୍ବର ୧୭, ୨୦୧୯ ରେ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ।
ସେ ଗତ ବର୍ଷ ୯ ନଭେମ୍ବରରେ ରାମ ମନ୍ଦିର ଉପରେ ଐତିହାସିକ ରାୟ ଦେଇଥିଲେ।