Home କେନ୍ଦ୍ରାପଡ଼ା ମରଣାନ୍ତକ ଆକ୍ରମଣରେ ବୃଦ୍ଧା ଗୁରୁତ୍ତର, ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ମରଣାନ୍ତକ ଆକ୍ରମଣରେ ବୃଦ୍ଧା ଗୁରୁତ୍ତର, ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

82

କେନ୍ଦ୍ରାପଡା ୧୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଏକ ନଳକୂପରୁ ପାଣିନେବାକୁ ନେଇ ଜନୈକ ବୃଦ୍ଧା ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପାଟକୁରା ଗ୍ରାମର ବ୍ରଜରାଜ ବାରିକଙ୍କ ପତ୍ନୀ ମାତାଜୀ ବାରିକ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ନଳକୂପରୁ ପାଣିନେବାକୁ ନେଇ ସେହି ଗ୍ରାମର ଅକ୍ଷୟ ବାରିକ ଓର‘ ଅରକ୍ଷିତ ଗାଳିଗୁଲଜ କରିଥିବା ବେଳେ ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ ଅକ୍ଷୟ ଓ ତାଙ୍କ ପୁଅ ମାତାଜୀଙ୍କ ଘର ନିକଟରେ ପହଁଚି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ମାତାଜୀ ତାହାର ପ୍ରତିବାଦ କରିବାରେ ସେମାନଙ୍କ ସହିତ ଆଉ ୬ଜଣ ସେଠାରେ ପହଁଚି ବୃଦ୍ଧା ମାତାଜିଙ୍କୁ ମାଡମାରିଥିଲେ। ଏହି ସମୟରେ ମାତାଜୀଙ୍କ ପୁଅ ସୈାନ୍ଦର୍ଯ୍ୟ ସେଠାରେ ପହଁଚି ପ୍ରତିବାଦ କରନ୍ତେ ଉଭୟ ମାତାଜୀ ଓ ତାଙ୍କ ପୁଅ ସୈାନ୍ଦର୍ଯ୍ୟଙ୍କୁ ଅକ୍ଷୟଙ୍କ ସମେତ ତାଙ୍କ ପୁଅ ଓ ଅନ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା। ବୃଦ୍ଧା ମାତାଜୀ ଓ ତାଙ୍କ ପୁଅ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣାପଡିଛି। ପାଟକୁରା ଥାନା ପୋଲିସର ନିଷ୍କୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଭେଟି ମାତାଜୀ ଅଭିଯୋଗ କରିଥିବା ଜଣାପଡିଛି। ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.