ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୩-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ରେ ଭୁମିହୀନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନରେ ବିଳମ୍ବ କରାଯାଇଥିବାରୁ ସାନଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଦିବା ୧୦ ଘଟିକାରେ ହୋଇଥିବା ଜଣା ପଡିଛି । ନବ ନିର୍ମାଣ କୃଷକ ସଙ୍ଗଠନର ବ୍ଲକ୍ ସଯୋଂଜକ ଅଜୟ କୁମାର ମହାନ୍ତି, ଦଳୀତ ଆଦିବାସୀ ସେବା ସଙ୍ଗଠନର ସଭାନେତ୍ରୀ ତନୁଲତା ଭୋଇ, କାର୍ଯ୍ୟକାରୀ ସଭାପତି ଶ୍ରୀ କୁମର ମାଝୀ, ସମ୍ପାଦକ ଗଙ୍ଗାଧର ନାୟକଙ୍କ ଆହ୍ୱାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ୬୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ୍ୟ ହିତାଧିକାରୀମାନେ ଯୋଗ ଦେଇଥିଲେ । ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ମାନଙ୍କୁ ରଣପୁର ଏନ୍.ଏ.ସି ତରଫରୁ ଘରଡିହ ପଟ୍ଟା ପ୍ରଦାନ କରା ନଗଲେ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନର ରୁପ ଦେଇ ରାସ୍ତା ରୋକ୍ କରାଯିବ ବୋଲି ନିଷ୍ପତି ନିଆଯାଇଥିବା ଜଣା ପଡିଛି । କିଛି ଜମି ଥିବା ଲୋକଙ୍କ ନାମରେ ଘରଡିହ ପଟ୍ଟା ଆସିଥିବା ଖବର ପ୍ରଚାରିତ ହେବା ପରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ଜଣା ପଡିଛି ।