Home ଓଡ଼ିଶା ପୁରୀବାସୀଙ୍କ ଜମିମାଲିକାନା ବିବାଦ ସମାଧାନ ଦାବି

ପୁରୀବାସୀଙ୍କ ଜମିମାଲିକାନା ବିବାଦ ସମାଧାନ ଦାବି

136

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରବାସୀଙ୍କ ଜମି ମାଲିକାନା ବିବାଦର ଯଥାଶୀଘ୍ର ସ୍ଥାୟୀ ସମାଧାନ କରାଯିବାକୁ ଭିଟାମାଟି ଅଧିକାରୀ ମଂଚ ଦାବି କରିଛି। ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ୧୯୯୮ ମସିହାରେ ରାଜ୍ୟ ଆଇନ ବିଭାଗ ଜାରି କରିଥିବା ନିର୍ଦେଶନାମା କାର୍ଯ୍ୟକାରୀ କରାଯିବାକୁ ମଂଚ ପକ୍ଷରୁ ଅନୁରୋଧ କରାଯାଇଛି। ସ୍ଥିତିବାନ ପଟ୍ଟା ପାଇଥିବା ବ୍ୟକ୍ତିଙ୍କ ଜମି ମାଲିକାନା କୁ ରାଜସ୍ୱ ଅଧିକାରୀମାନେ ରାତାରାତି ପରିବର୍ତ୍ତନ କରୁଛନ୍ତି। ସହରବାସୀଙ୍କ ଜମିମାଲିକାନା ବିବାଦର ସମାଧାନ କରିବାରେ ସ୍ଥାନୀୟ ସାଂସଦ ବିଧାୟକ ଏବଂ ରାଜ୍ୟ ସରକାର ଅବହେଳା କରୁଛନ୍ତି। ଜମି କିଣିବା ପାଇଁ ମନ୍ଦିର ପ୍ରଶାସନକୁ ଦିଆଯାଇଥିବା ଦରଖାସ୍ତ ଗୁଡିକୁ ବିଚାର କରାଯାଉ ନାହି। ମନ୍ଦିର ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ପୁରୀ ସହରର ପ୍ରାୟ ସବୁ ରାଜସ୍ୱ ମୌଜାରେ ରହିଥିବା ଶ୍ରୀଜଗନ୍ନାଥ ଜମି ମାଲିକାନା ବିବାଦର ସମାଧାନ ହୋଇପାରୁନାହିଁ। ପ୍ରଭାବଶାଳୀ ବ୍ୟକ୍ତିମାନେ କମ୍ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି କିଣି ନେଇଥିବା ବେଳେ ଗରିବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗତବର୍ଷ ରାଜ୍ୟ ସରକାର ଅନୁମୋଦନ କରିଥିବା ନୂଆ ୟୁନିଫର୍ମ ପଲିସ ଏବଂ ବର୍ଦ୍ଧିତ ଦର ଜନବିରୋଧୀ ବୋଲି ଭିଟାମାଟି ଅଧିକାରୀ ମଂଚ ଦାବି କରିଛି। ଆଗାମୀ ୧୭ ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଛି। ଏଥିରେ ସମାଜସେବୀ ଆଶିଷ ଅମିତାଭ ମହାପାତ୍ର ଓ ତାଙ୍କ ସ୍ତ୍ରୀ ସୁମିତ୍ରା ମିଶ୍ର ଯୋଗ ଦେଇଥିଲେ। ଭୀମସେନ ସ୍ୱାଇଁ ଆଇନଜୀବୀ ସ୍ମୃତିରଞନ ପତି ଘନଶ୍ୟାମ ସାହୁ ଗୋଲକ ବିହାରୀ ଧଳ ଆଇନଜୀବୀ କାଳି ପ୍ରସାଦ ନାୟକ ବିଦ୍ୟାଧର ଦଳେଇ ଭଗବାନ ରାଉତ ହରପ୍ରିୟା ପରିଡା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.