Home ଓଡ଼ିଶା ମଝି ଦରିଆରେ ହାଉସବୋଟରେ ଲାଗିଲା ନିଆଁ – ୧୬ ଯାତ୍ରୀ ଥିଲେ

ମଝି ଦରିଆରେ ହାଉସବୋଟରେ ଲାଗିଲା ନିଆଁ – ୧୬ ଯାତ୍ରୀ ଥିଲେ

512

କେରଳ ୨୪-୧ (ଓଡ଼ିଆ ପୁଅ) କେରଳର ଅଲାପ୍ପୁଝା ନିକଟରେ ଏକ ହାଉସବୋଟରେ ପାଣି ମଝିରେ ନିଆଁ ଲାଗିଯିବା କାରଣରୁ ୩ ଜଣ ଶିଶୁଙ୍କ ସମେତ ୧୬ ଜଣ ଲୋକ ଅଳ୍ପେକେ ବର୍ତ୍ତିଛନ୍ତି। ନିଆଁ ରୋଷେଇ ଘରୁ ଲାଗି ଥିଲା ଏବଂ ପ୍ରଖର ବେଗରେ ପ୍ରସାରିତ ହୋଇଥିଲା।

ଯାତ୍ରୀମାନେ ନିଜକୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ ଯାହାକି ଏକ ବାଲି କୁଦ ନିକଟରେଥିଲା ଏବଂ କେବଳ ୫ ଫୁଟ ଗଭୀର ଥିଲା। ଉଦ୍ଧାର ଅଭିୟାନ ପାଇଁ ଦୁଇଟି ସ୍ପିଡବୋଟ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଶର୍ଟ-ସର୍କିଟ କିମ୍ବା ଗ୍ୟାସ ଲିକ୍ ରୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.