Home ଓଡ଼ିଶା ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

259

ନୂଆ ଦିଲ୍ଲୀ ୨୪-୧ (ଓଡ଼ିଆ ପୁଅ) ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି। ସୁପ୍ରିମକୋର୍ଟ କଲେଜିୟମରେ ସାବିତ୍ରୀଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଚାରପତି ଅମୀୟବାଳା ପାଢ଼ୀ ଏବଂ ବିଚାରପତି ସଞ୍ଜୁ ପଣ୍ଡାଙ୍କ ପରେ ତୃତୀୟ ମହିଳା ବିଚାରପତି ଭାବେ ଦାୟୀତ୍ତ୍ୱ ଗ୍ରହଣ କରିବେ ସାବିତ୍ରୀ ରଥ।

ଉଲ୍ଲେଖଯୋଗ୍ୟଯେ, ସାବିତ୍ରୀ ରଥ ପୂର୍ବତନ ପୋଲିସ ମହାନିର୍ଦେଶକ ପ୍ରଫୁଲ୍ଲ ରଥଙ୍କର ଝିଅ ଅଟନ୍ତି। ବିଦ୍ୟାଳୟ ଶିକ୍ଷା ପରେ ନୂଆଦିଲ୍ଲୀର ନ୍ୟାସନାଲ ଲ ୟୂନିଭର୍ସିଟିରୁ ଲ ଡିଗ୍ରୀ ହାସଲ କରି ଓକିଲାତି ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କର ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.