ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ବିଶୁନପୁରର ଘାଘରା ଜଙ୍ଗଲରେ ମାଓବାଦୀମାନେ ବମ ବିଷ୍ପୋରଣ କରିଥିବାର ଖବର ସୂତ୍ରରୁ ମିଳିଛି। ସୂଚନା ଅନୁସାରେ ବମ୍ ବିଷ୍ପୋରଣ କରି ମାଓବାଦୀମାନେ ଏକ ପୋଲ ଉଡ଼ାଇ ଦେଇଛନ୍ତି। ଏହି ବିଷ୍ପୋରଣରେ କେହି ହତାହତ ହେବାର ଖବର ମିଳି ନାହିଁ। ସୂତ୍ର ଅନୁସାରେ ମାଓବାଦୀମାନେ ରାତିରେ ଦୁଇଟି ବିଷ୍ପୋରଣ କରିଥିବା ବେଳେ ସକାଳେ ମତଦାନ ପ୍ରାରମ୍ଭ ହେବାପୂର୍ବରୁ ଦୁଇଟି ବିଷ୍ପୋରଣ କରିଛନ୍ତି। ମାଓବାଦୀମାନେ ପୂର୍ବରୁ ପୋଷ୍ଟର ଲଗାଇ ବିଶୁନପୁରରେ ବିଧାନସଭା ନିର୍ବାଚନର ବହିଷ୍କାର କରିବାକୁ କହିଥିଲେ। ଡେପୁଟି କମିଳନର ଶଶି ରଞ୍ଜନ ଗଣ ମାଧ୍ୟମକୁ କହିଛନ୍ତିଯେ, ଏହା ଦ୍ୱାରା ମତଦାନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ସୂଚନାଯୋଗ୍ୟଯେ, ଝାରଖଣ୍ଡରେ ଆଜି ବିଧାନସଭା ପାଇଁ ପ୍ରଥମ ଚରଣ ମତଗ୍ରହଣ କରାଯାଉଛି।