Home କଟକ ଡିସେମ୍ବର ୧୪ରେ ଶାନ୍ତି କମିଟି ନିର୍ବାଚନ : କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି

ଡିସେମ୍ବର ୧୪ରେ ଶାନ୍ତି କମିଟି ନିର୍ବାଚନ : କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି

82

କଟକ ୨୯.୧୧ (ଓଡ଼ିଆ ପୁଅ) – କଟକ ମହାନଗର ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ ଦରଘାବଜାରସ୍ଥିତ କମିଟିର ସ୍ଥାୟୀ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ। କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। କମିଟିର ସାଧାରଣ ସଂପାଦକ ଶ୍ରୀ ଭିକାରୀ ଦାସ ଚଳିତ ବର୍ଷ ସମସ୍ତ ସଂପ୍ରଦାୟର ଜାନିଯାତ୍ରାଗୁଡ଼ିକ ଆଶାତୀତ ଭାବେ ଶାନ୍ତିଶୃଙ୍ଖଳାର ସହ ସଫଳତା ନିମନ୍ତେ କମିଟି ସଦସ୍ୟଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଡିସେମ୍ବର ୧୪ ତାରିଖ ଶନିବାର ଦିବା ୧୦ ଘଟିକା ସମୟରେ ବାରବାଟି ଷ୍ଟାଡ଼ିୟମସ୍ଥିତ ଓ.ସି.ଏ. ସମ୍ମିଳନୀ କକ୍ଷଠାରେ କଟକ ମହାନଗର ଶାନ୍ତି କମିଟିର ପାଂଚ ବର୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା। କମିଟିର ସମ୍ବିଧାନ ଅନୁଯାୟୀ କେବଳ ସଭାପତି, ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କରାଯିବ। ଉକ୍ତ ନିର୍ବାଚନକୁ ପରିଚାଳନା କରିବା ନିମନ୍ତେ ନିର୍ବାଚନ ଅଧିକାରୀଭାବେ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ଓ ଅତିରିକ୍ତ ନିର୍ବାଚନ ଅଧିକାରୀଭାବେ ଆଇନଜୀବୀ ଶ୍ରୀ ତାପସ କୁମାର ପ୍ରହରାଜଙ୍କୁ ମନୋନୀତ କରାଗଲା।। କଟକ ମହାନଗର ଅନ୍ତଭୁର୍କ୍ତ ପ୍ରାୟ ୧୭୦ଟି ମଣ୍ଡପର କେବଳ ସଭାପତି ଓ ସଂପାଦକ ଉକ୍ତ ନିର୍ବାଚନରେ ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା। ଏହି ବୈଠକରେ କର୍ମକର୍ତା ସର୍ବଶ୍ରୀ ସୂର୍ଯ୍ୟକାନ୍ତ ସାଙ୍ଗାନାରିଆ, ବିଜୟ କୁମାର ଦାଶ, ପ୍ରଦୀପ କୁମାର ସିହ୍ନା, ଲକ୍ଷ୍ମୀଧର ପ୍ରଧାନ, ତାପସ କୁମାର ପ୍ରହରାଜ, ନୃସିଂହ ଚରଣ ଚୌଧୁରୀ, ଶିବେନ୍ଦ୍ର ହାତୀ, ମନୋରଞ୍ଜନ ସାହୁ, ଧର୍ମେଶ ନାୟକ, ରାଜକିଶୋର ନାୟକ, ବାମନଚରଣ ଆଚାର୍ଯ୍ୟ, କେଦାରନାଥ ବେହେରା, ନରେଶ ଚନ୍ଦ୍ର ସାହୁ, ଡ.ଦ୍ୱୀପାୟନ ପଟ୍ଟନାୟକ, ଅଶୋକ ରାଉତରାୟ, ରବୀନ୍ଦ୍ର କୁମାର ବେହେରା, ଦେବେନ୍ଦ୍ର କାହାଳୀ, ପ୍ରଦୀପ କୁମାର ମହାରଣା, ବିଜୟ କୁମାର ବେହେରା, ମୀନକେତେନ ଦାସ, ଏ. ଉମେଶ ପ୍ରସାଦ ରାଓ, ପ୍ରଦୀପ କୁମାର ସିଂହ, ନଳିନୀ କୁମାର ସେନାପତି, ଧୀରେନ୍ଦ୍ର କୁମାର ପ୍ରଧାନ, ବିବେକାନନ୍ଦ ପାତ୍ର, ଭାନୁପ୍ରତାପ ସାହୁ, ଶିବପ୍ରସାଦ ନାୟକ, ବିଜୟ କୁମାର ନାୟକ, ରାକେଶ କୁମାର ସାହୁ, କେଦାର ବେହେରା, ଓ ସୁଦିପ୍ତ କୁମାର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଶାନ୍ତିଶୃଙ୍ଖଳାର ସହ ଶାନ୍ତି କମିଟିର ନିର୍ବାଚନକୁ ସଂପନ୍ନ କରିବାକୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.