Home ଓଡ଼ିଶା ଆଠଟି ଶ୍ରେଣୀକୁ ଦୁଇଟି ଶ୍ରେଣୀଗୃହ ଓ ତିନି ଶିକ୍ଷକ

ଆଠଟି ଶ୍ରେଣୀକୁ ଦୁଇଟି ଶ୍ରେଣୀଗୃହ ଓ ତିନି ଶିକ୍ଷକ

507

ବାଲିଗୁଡା, ୨୯/୧୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ସମସ୍ତେ ପଢିବା ସମସ୍ତେ ବଢିବା ଶ୍ଲୋଗାନ ଦେଇ ସରକାରୀ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସରକାର ଚେଷ୍ଟାରତ ବୋଲି ଡିମଡିମ ପିଟୁଥିବା ବେଳେ ବାଲିଗୁଡା ଉପଖଣ୍ଡରେ ଥିବା ବୋହୁ ଅପହଁଚ ଇଲାକାରେ ଅଧିକାଂଶ ବିଦ୍ୟାଳୟ ମାନଙ୍କରେ ଶ୍ରେଣୀଗୃହ ନଥିବା ସହ ଶିକ୍ଷକ ଅଭାବ ଦେଖିବାକୁ ମିଳୁଛି। ବିଦ୍ୟାଳୟ ପାଇଁ ଗୃହ ଥିବ କିନ୍ତୁ ତାହା ବ୍ୟବହାର ଯୋଗ୍ୟ ନଥିବ ଓ ପିଲାଥିବେ ଶିକ୍ଷକ ନଥିବେ ଏହିଭଳି ଏକ ଜ‌୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁପା ପଂଚାୟତର ଗଙ୍ଗେରୀ ଗ୍ରାମର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗରୀ। ଏହି ବିଦ୍ୟାଳୟ ବା ଗ୍ରାମ ଏକ ଅପହଁଚ ଇଲାକାରେ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଏହି ଆଠଟି ଶ୍ରେଣୀରେ ୫୯ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି।ଆଠଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଅଛି।ଗୋଟିଏ ଶ୍ରେଣୀରେ ପାଂଚଟି କ୍ଲାସର ଶିକ୍ଷାଦାନ କରାଯାଏ ପାଂଚଟି ମଧ୍ୟରେ ରହିଲେ ପ୍ରଥମ ରୁ ପଂଚମ ଓ ଅନ୍ୟ ଶ୍ରେଣୀରେ ତିନୋଟି ଶ୍ରେଣୀ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପଢାଯାଏ।ଏଠାରୁ ଅନୁମେୟ କରିହେହୁଛି ଯେ ପ୍ରଥମରୁ ପିଲାଙ୍କୁ କିଭଳି ଗୋଟିଏ କଠୋରୀରେ ପଢାହୁଏ, କେତେବେଳେ କାହୁକୁ କେଉଁ ବିଷୟରେ ପଢାହୁଏ। ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢାଇଲା ବେଳେ ଅନ୍ୟ ଶ୍ରେଣୀର ପିଲାମାନେ କଣ କରୁଛନ୍ତି। ଏତ ଗଲା ଗୃହ ଅଭାବ କଥା। ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ସମୁଦାୟ ତିନି ତାହାପୁଣି ପ୍ରଧାନ ଶିକ୍ଷକଙ୍କୁ ମିଶାଇ। ଏହି ବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଷ୍କର ପାଣିଗ୍ରାହୀ କହିଛନ୍ତି ଆମ ବିଦ୍ୟାଳୟର ଶିକ୍ଷକ ଅଭାବ ଦୁଇଟି ଗୃହରେ ଆଠଟି ଶ୍ରେଣୀ ପିଲାଙ୍କୁ ପାଠ ପଢାଯାଉଛି ଯାହାକି ବହୁ କଷ୍ଟସାଧ୍ୟ ଏହାକୁ ନେଇ ଆମେ ବାରମ୍ବାର ଉଚ୍ଚ ଅଧିକାରୀ ମାନଙ୍କୟ ଜଣାଇଛୁ କିନ୍ତୁ ବର୍ତମାନ ସୁଧା କିଛି କରାଯାଇନାହିଁ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିନେଶ୍ୱର ମଳିକଙ୍କପଚାରିବାରୁ ସେ କହିଛନ୍ତି ଆମେ ଦୁର୍ଗମ ଅଂଚଳରେ ରହୁଅଛୁ ଏଣୁ ଆମ ଅଂଚଳ ପ୍ରତି ସରକାରଙ୍କ ଅଣଦେଖା କରୁଛନ୍ତି ଆମ ଗାଁ ର ବିଦ୍ୟାଳୟରେ ପାଠପଢା ହେଉଛି ସତ କିନ୍ତୁ ତାହା ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପଢାହୁଏ ତ ଆମ ପିଲାମାନେ କେମିତି ଏଠାରେ ପାଠ ପଢୁଛନ୍ତି ତାହା ପ୍ରସସନ ଦେଖିଲେହିଁ ଜାଣିପାରିବେ। ଆଗାମି ଦିନରେ ବିଦ୍ୟାଳୟ ସମସ୍ୟା ନେଇ ବାଲିଗୁଡା ଉପଜିଲ୍ଲାପାଳ ୧ ଜିଲ୍ଲାପାଳଙ୍କୁ ଭେଟି ଆମ ସମସ୍ୟା ଜଣାଇବୁ ବୋଲି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.