ମାଲକାନଗିରି, ୧୦ା୧୧ (ଓଡିଆ ପୁଅ ) ଅନେକ ସମୟରେ ଅଭିଯୋଗ ହୁଏ ଅନେକ ଅଙ୍ଗନଓ୍ୟାର୍ଡିକେନ୍ଦ୍ର ଗୁଡିକରେ ନାନା ପ୍ରକାର ଅବ୍ୟବସ୍ଥା ଲାଗିରହିଥିବାର ,କେଉଁଠାରେ ଛତୁଆରେ ପୋକ ଲାଗିଲାଣିତ ଆଉକେଉଁଟି ପଚାଅଣ୍ଡା ପିଲାଙ୍କୁ ଦିଆଗଲାଣି ଏମିତି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏବେ ବି କିଛି ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଅଛି ସେଠାରେ କାର୍ଯ୍ୟରତ କର୍ମୀଙ୍କ ପାଇଁ ସେ କେନ୍ଦ୍ର ଆଦର୍ଶ ପଲଟିବା ସହିତ ଗାଁରେ ଥିବା ଶିଶୁ ଓ ମହିଳା ମାନେ ଠିକଭାବେ ସେବା ଓ ଯତ୍ନ ପାଇ ପାରୁଛନ୍ତି । ଏମିତି ଏକ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ତମସା ଗ୍ରାମରେ , ସେହି କେନ୍ଦ୍ରର କର୍ମୀ ହେଉଛନ୍ତି ଜଣେ କୋୟା ସଂପ୍ରଦାୟର ଆଦିବାସୀ ଝିଅ ଶୁକ୍ରୀ କବାସୀ । କେନ୍ଦ୍ରକୁ ସେ ନିଜ ଘର ଓ ଶିଶୁ ମାନଙ୍କୁ ନିଜ ଭାଇ ଭଉଣୀ ର ସ୍ନେହଦେଇ ସେମାନଙ୍କର ସେବାରେ ଲାଗିଯାଇଥାନ୍ତି ଏହି ଦିଦି,ତାଙ୍କରି ଉଦମ୍ୟରେ ପୁରା କେନ୍ଦ୍ର ରହିଚି ସଫାସୁତର,ଖୁସିରେ ପାଠ ପଢିବାସହିତ ଖେଳରେମାତି ଯାଇଥାନ୍ତି କୁନି କୁନି ପିଲାମାନେ । ଶୁକ୍ରୀ ସମସ୍ତଙ୍କ ପାଇଁ ପଲଟି ଯାଇଛନ୍ତି ଜଣେ ଆଦର୍ଶ ଦିଦି । ତମସା ଗ୍ରାମର ଶୁକ୍ରୀ କବାସୀ(୨୫) ଜଣେ କୋୟା ସଂପ୍ରଦାୟର ଆଦିବାସୀ ଝିଅ,ସେ ଗତ୨୦୧୧ମସିହାରେ ମେଟ୍ରୀକ ପରୀକ୍ଷାଦେଇ ଥିଲେ ।ଗୋଟିଏ ବିଷୟରେ ଫେଲ ହୋଇଯାଇଥିବାରୁ ପୁଣିଥିରେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି ହେଉଥିବା ବେଳେ ବାପା ମୁକାକବାସୀ ବେମାରରେ ପଡି ଶଯ୍ୟାଶାୟୀ ହୋଇଗଲେ,ଘରକୁ ବାପା ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଘରଚଳାଇବା ବୋଝ ଶୁକ୍ରୀଙ୍କ ଉପରେ ପଡିଗଲା ,ଘରକୁ ବୃଦ୍ଧା ରୋଗୀଣା ମା ମୁକେ କବାସୀ ସେ ବା କଣକରିପାରିିବେ, ପାଠପଡିବା ରେ ଶୁକ୍ରୀର ଡୋରି ବନ୍ଧାହୋଇଗଲା, ସେ ଆଉ ମେଟ୍ରୀକ ପରୀକ୍ଷା ଦେଇପାରିଲେ ନାହିଁ । ତାଙ୍କ ଗ୍ରାମରେ ଥିବା ଅଙ୍ଗନଓ୍ୟାର୍ଡି କେନ୍ଦ୍ରରେ କର୍ମୀପଦବୀ ଖାଲିଥିବାରୁ ୨୦୧୨ମସିହାରେ ସେ ଇଟଂରଭିୟୁ ଦେଇ କର୍ମୀ ଭାବେ ନିଯୁକ୍ତି ପାଇଲେ । ଘରେ ରୋଗୀଣା ବାପା ଓ ବୃଦ୍ଧା ମାଙ୍କ ସେବା ସହ ରନ୍ଧାବଢାକରି ସେମାନଙ୍କୁ ଖୁଆଇ ଅଙ୍ଗନଓ୍ୟାର୍ଡି କେନ୍ଦ୍ରକୁ ଆସି ଛୋଟ ଛୋଟ ପିଲାମାନଙ୍କୁ ନିଜର ଭାଇ ଭଉଣୀପରି ସ୍ନେହ ମମତାଦେଇ ପାଠ ପଢାଇବାସହିତ ସେମାନଙ୍କ ସହିତ ହସି ଖେଳି ଦିନବିତାଇ ଦେଉଥିଲେ । ହେଲେ ଦଇବ ଦାଉସାଜିଲା, ଚାକିରିର ୬ମାସ ମଧ୍ୟରେ ୨୦୧୨ମସିହାରେ ବାପା ମୁକାକବାସୀ ଙ୍କର ମୃତ୍ୟୁ ଘଟିଲା, ବୃଦ୍ଧା ମା ମୁକେ ଙ୍କ ଆଖିରୁ ଲୁହ ଶୁଖିଲା ନାହିଁ, ସେ ଚିନ୍ତାରେ ଭାଙ୍ଗିପଡିଲେ,ହେଲେ ଝିଅ ଶୁକ୍ରୀ ମା ଙ୍କୁ ସାହସ ଦେଇ ଚିନ୍ତାମୁକ୍ତ କରି କହିଲେ କିଛି ଚିନ୍ତାକରନାହିଁ,ବାପା ଆରପାରିକୁ ଚାଲିଗଲେ ବି ମୁ ତୁମ ପାଖରେ ରହିବି ତୁମର ସେବାକରିବି । ସେହି ଦିନଠାରୁ ଶୁକ୍ରୀ ମା ଙ୍କ ସେବାଯତ୍ନ ସହ ଘରେ ରନ୍ଧାବଢା କରି ମାଙ୍କୁ ଖୁଆଇ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରକୁ ଆସି ଶିଶୁ ମାନଙ୍କର ସେବା କରିବାସହିତ ,ଗାଁରେ ଗର୍ଭବତୀ ମହିଳା ମାନଙ୍କର ଯତ୍ନକରି ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଥାନ୍ତି । ଯେଉଁ ବୟସରେ ବିବାହ ହୋଇ ଶାଶୁଘରକୁ ଯାଇ ଘର ସଂସାର କରିବା କଥା ସେହି ବୟସରେ ଜଣେ ଯୁବତୀ ରୋଗୀଣା ବୃଦ୍ଧା ମାଙ୍କର ଯତ୍ନନେଇ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରରେ ୩୫ଜଣ ଶିଶୁଙ୍କୁ ସମ୍ଭାଳି ପାଠପଢାଇବା ଠାରୁ ଆରମ୍ଭ କରି ସେମାନଙ୍କ ସହିତ ଖେଳିବା ଓ ଗପ ଢଗଢମାଳି କହି ସେମାନଙ୍କର ଯତ୍ନନେବା ରେ ସେ କେବି ଥକି ଯାଇ ନାହିଁନ୍ତି କି ବିରକ୍ତି ମଧ୍ୟ ହୋଇ ନାହାଁନ୍ତି । ତାଙ୍କର ସେବା ଯତ୍ନଦେଖି ଜିଲ୍ଲାପ୍ରଶାସନ ତମସା ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରକୁ ଆଦର୍ଶ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଭାବେ ଘୋଷଣା କରିଛନ୍ତି । କେନ୍ଦ୍ରଟି ର କୋଠରୀ ଛୋଟ ହୋଇଥିବାରୁ ପିଲାମାନେ ବସି ପାଠପଢିବା ଓ ଖେଳିବା ପାଇଁ ଅସୁବିଧା ହେଉଥିବାର ଜଣାପଡିଛି । କେନ୍ଦ୍ରରେ ରୋଷେଇ ଘର ଓ ପାଇଖାନା ନଥିବାରୁ ଶୁକ୍ରୀଙ୍କ ଅନୁରୋଧ କ୍ରମେ ବ୍ଲକ ପକ୍ଷରୁ ପାଇଖାନା ଓ ରୋଷେଇ ଗୃହ ନିର୍ମାଣ ପାଇଁ ଅନୁଦାନ ଗୃହିତ ହୋଇଯାଇ କାମ ଆରମ୍ଭ ହୋଇଯାଇଛି । ଯେଉଁ ଦିନ ଘରକାମ ପାଇଁ ଲେବର ମିଳି ନଥାନ୍ତି ସେହି ଦିନ ନିଜେ ଅଙ୍ଗନଓ୍ୟାର୍ଡି କର୍ମୀ ଶୁକ୍ରୀ ଅଟାଂରେ ଓଢଣୀ ଭିଡିିଦେଇ କେନ୍ଦ୍ରର ହେଲପର ନନେ୍ଦ ପଡିଆମିଙ୍କ ସହିତ ବାଲିଚଲାଇବା ଓ ସିମେଟଂ ବାଲି ଗୋଳାଇ ପାଇଖାନା ଓ ରୋଷେଇ ଘର ନିର୍ମାଣ କାମରେ ମିସ୍ତ୍ରୀଙ୍କ ସହିତ ଲାଗିପଡିଥାନ୍ତି । ଶୁକ୍ରୀ କବାସୀ ଜଣେ ନିପଟମଫସଲ ଗାଁର ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ସେ କେବେ ନିଜର କର୍ତବ୍ୟକୁ ଅବହେଳା କରିନାହାଁନ୍ତି । କେନ୍ଦ୍ରକୁ ଆସୁଥିବା ୩୫ଜଣ ଶିଶୁ ଶୁକ୍ରୀ ଙ୍କୁ ଘଟାଂଏ ନଦେଖିଲେ ରହିପାରନ୍ତି ନାହିଁ । ସେମାନେ ନିଜ ମା ବାପାଙ୍କ ଅପେକ୍ଷା ଶୁକ୍ରୀଙ୍କୁ ଅଧିକ ଭଲପାଇଥାନ୍ତି । ଏମିତି କି ଛୁଟିଦିନରେ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ବନ୍ଦଥିଲେ ଗାଁର ପିଲାମେନେ ଦିଦି କାହିଁକି ଆସିଲେ ନାହିଁ କହି ଶୁକ୍ରୀଙ୍କ ଘରକୁ ପଳାଇଥାନ୍ତି । ଶୁକ୍ରୀ ମଧ୍ୟ ସେମାନଙ୍କୁ ନିଜ ଘରେ ବସାଇ ଗପ କହି ଖେଳାଇବା ସହିତ ଚକଲେଟ,ବିସ୍କୁଟ ଖାଇବାକୁ ଦେଇଥାନ୍ତି । ଶୁକ୍ରୀ ଙ୍କ କର୍ତବ୍ୟ ଓ ସେବା ଦେଖି ଗ୍ରାମବାସୀ ମାନେ ବହୁତ ଖୁସି ହେବାସହିତ ଆଦର୍ଶ ଅଙ୍ଗନଓ୍ୟାର୍ଡି କେନ୍ଦ୍ରର ଆଦର୍ଶ ଦିଦି ବୋଲି ଡାକିଥାନ୍ତି । ଏହି କେନ୍ଦ୍ରଟି ରେ ପାଚେରୀ ନଥିବାରୁ ଏହା ରାସ୍ତାକଡରେ ଥିବାରୁ ଛୋଟ ଛୋଟପିଲା ମାନେ ଦୁର୍ଘଟଣାରେ ସମ୍ମୁଖିନ ହେବାର ବହୁତ ସମ୍ଭାବନା ରହିଛି, ତେଣୁ ଏହି ଆଦର୍ଶ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ଟିର କୋଠରୀକୁ ବଢାଇବାସହ କେନ୍ଦ୍ରର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।