Home ଅପରାଧ ଚିକିତ୍ସା ପାଇଁ କରମଣ୍ଡଳ ଟ୍ରେନରେ ଘରକୁ ଫେରୁଥିବା ଯୁବକର ରାସ୍ଥାରେ ମୃତ୍ୟୁ

ଚିକିତ୍ସା ପାଇଁ କରମଣ୍ଡଳ ଟ୍ରେନରେ ଘରକୁ ଫେରୁଥିବା ଯୁବକର ରାସ୍ଥାରେ ମୃତ୍ୟୁ

573

ଭଦ୍ରକ୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଆଜି ଚେନ୍ନାଇ-ହାଉଡା କରମଣ୍ଡଳ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରୁ ଉତ୍ତରପ୍ରଦେଶ ରାଜ୍ୟର ଗାଜିପୁର ଜିଲ୍ଲା ଅଞ୍ଚଳର ଚନ୍ଦ୍ର ଦେବଙ୍କର ପୁତ୍ର ସୁରେନ୍ଦ୍ର ୩୮ ମୃତଦେହକୁ ଭଦ୍ରକରେଲୱ ଷ୍ଟେସନର ଜି.ଆର.ପି.ଏସ ପୁଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିବା ସୁଚନା ମିଳିଛି । ଭଦ୍ରକ ଜି.ଆର.ପି.ଏସ ପୁଲିସ୍ ସୁତ୍ରରୁ ପ୍ରକାଣ ଯେ ମୃତ ଯୁବକ ଉତ୍ତରପ୍ରଦେଶ ରାଜ୍ୟର ଗାଜିପୁର ଜିଲ୍ଲା ଅଞ୍ଚଳର ଚନ୍ଦ୍ର ଦେବଙ୍କର ପୁତ୍ର ସୁରେନ୍ଦ୍ର ୩୮ରାଜମଣ୍ଡରି ପେପର ମିଲ ନିକଟରେ ଏକ ବାଲି ଖାଦାନରେ ୫ବର୍ଷ ହେଲା ଠିକା ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ। କିଛି ଦିନ ତଳେ ସୁରେନ୍ଦ୍ରର ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର ଦେଖେଇ ଥିଲେ । ଡାକ୍ତର ସମସ୍ତ ପରୀ କ୍ଷା କରିବା ପରେ ତାଙ୍କ ଲିଭରରେ ହୋଲ୍ ହୋଇଛି ଏହି ହୋଲର ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ଏଥିପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । କାର୍ଯ୍ୟକ୍ଷେତ୍ରରେ ସୁରେନ୍ଦ୍ର ୩୦ ହଜାର ଟଙ୍କା ଯୋଗାଡ କରିବା ସମ୍ଭବ ନହେବାରୁ ଭିଣେଇ ରାମନାରାୟଣଙ୍କ ସହିତ ସୁରେନ୍ଦ୍ର ରାଜମଣ୍ଡରିରୁ ଟ୍ରେନ ଯୋଗେ କରମଣ୍ଡଳ ଏକ୍ସପ୍ରେସରେ ଗାଜିପୁର ଯାଉଥିଲେ। କଟକ ଷ୍ଟେସନ ପରେ ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନରେ କିଛି ଯାତ୍ରୀ ଏହି ମୃତ୍ୟୁ ଘଟଣା ସମ୍ପର୍କରେ ଟିଟିଙ୍କୁ ଜଣାଇବା ପରେ ଟିଟି ଭଦ୍ରକ ଷ୍ଟେସନ ମାଷ୍ଟରଙ୍କୁ ଫୋନ୍ରେ ଏହି ଘଟଣା ବିଷୟରେ ଜଣାଇଥିଲେ । ଭଦ୍ରକରେ ଜି.ଆର.ପି.ଏସ ପୁଲିସ୍ ଏଏସ୍ଆଇ ଇନ୍ଦୁମତୀ ଶୁକ୍ଳ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବବେବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.