Home ଅପରାଧ ୫ଟି ପ୍ରଭାବ; ଚିକିତ୍ସା ଅବହେଳାରୁ ଏସ.ସି.ବି ମେଡିକାଲରେ ଶିଶୁ ମୃତ୍ୟୁ ଅଭିଯୋଗ

୫ଟି ପ୍ରଭାବ; ଚିକିତ୍ସା ଅବହେଳାରୁ ଏସ.ସି.ବି ମେଡିକାଲରେ ଶିଶୁ ମୃତ୍ୟୁ ଅଭିଯୋଗ

154

କଟକ୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଜ୍ୟ ସରକାର ମୋ ସରକାର ଯୋଜନା ରେ ୫ଟି ଗଠନ କରି ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ସ୍ୱାସ୍ଥ ସେବାରୁ ବଞ୍ଚିତ ନହେବା ପ୍ରୟାସ ପ୍ରହସନରେ ପରିଣତ ହେବା ଧୀରେଧୀରେ ରାଜ୍ୟର ସମସ୍ତ  ଚିକିତ୍ସାଳୟରେ ଦେଖିବାକୁ ମିଳୁଛି । ଦୈନଦିନ କଟକ ବଡ ମେଡିକାଲ କଲେଜରେ ଦାଇତ୍ୱରେ ଥିବା ଅଧିକାରୀ ମାନଙ୍କର ମେରୀ ରାୟ ନିତúରେ ନିରିହ ରୋଗି ମାନଙ୍କର ମୃତ୍ୟୁକୁ ନେଇ ବିଭନ୍ନି ସମୟରେ ଅଭିଯୋଗ ହେଉଥିଲେହେଁ ୫ଟି ସଚିବ ଏଥିପ୍ରତି ଦୃଷ୍ଟି ନଦେବା ସରକାରଙ୍କ ସାଧୁତା ପଣ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏକ ଆଠ ବର୍ଷର ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ମେଡିକାଲରେ ଉତ୍ତେଜନା ଦେଖା ଦେଇଥିବା ସୁଚନା ମିଳିଛିା ଏହାକୁ ନେଇ କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଶିଶୁର ସମ୍ପର୍କୀୟ। ଗତକାଲି ରାତିରେ କଟକର ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଥିବା ସରୋଜ ଦାସ ନିଜ ପୁଅ ପ୍ରତ୍ୟୁଷ(୮)ର ବାନ୍ତି ହୋଇଥିଲାଏହାପରେ ସେ କଟକ ଏସସିବି ମେଡିକାଲକୁ ତାକୁ ନେଇ ଆଣିଥିଲେ।ସେଠାରେ ଡାକ୍ତର ଦେଖିବାପରେ କିଛି ହୋଇନାହିଁ କହି ପୁଅକୁ ଘରକୁ ନେବାକୁ କହିଥିଲେ।ତାପରେ ସରୋଜ ଦାସ ପୁଅ ପ୍ରତ୍ୟୁଷକୁ ଘରକୁ ଫେରାଇ ଆଣିଥିଲେ। ହେଲେ କିଛି ସମୟପରେ ପୁଣି ପୁଅ ବାନ୍ତି କରିଲା। ତାପରେ ସେ ପୁଣି ଏସସିବି ମେଡିକାଲକୁ ଆଣିଥିଲେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଆଜି ସକାଳେ ପ୍ରତ୍ୟୁଷ ପ୍ରାଣ ହରାଇଥିବାର ଅଭିଯୋଗ ଆଣିଛନ୍ତି ସଂପର୍କୀୟ। ଏହାର ପ୍ରତିବାଦରେ ସେମାନେ କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପରେ ଖବରପାଇ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ତାଲା ଖୋଲିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.