Home ଓଡ଼ିଶା ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ପୁଅ ମୃତ

ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ପୁଅ ମୃତ

108

ମାଲକାନଗିରି, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ମାଲକାନଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅ ଙ୍କୁ ହତ୍ୟାା କରାଯାଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ମୃତକ ଦୁଇ ଜଣ ସଦନ ମାଳି ଓ ନିଳେନ୍ଦ୍ର ମାଳି ବୋଲି ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଣିଗାରେଡି ସନ୍ଦେହରେ ତିନି ବର୍ଷ ହେବ ସଦନ ମାଳିଙ୍କ ପରିବାରକୁ ଗାଁରୁ ଏକଘରକିଆ କରିଦେଇଥିଲେ। ମାତ୍ର ଗତକାଲି ରାତିରେ ବାପା ଓ ପୁଅ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ହତ୍ୟା କରି ମୃତଦେହକୁ ନଦୀ କୂଳରେ ଫିଙ୍ଗି ଦେଇଥିଲେ। ପରେ ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.