ନୂଆ ଦିଲ୍ଲୀ ୨-୧୧ (ଓଡ଼ିଆ ପୁଅ) ଦିଲ୍ଲୀର ତିସ ହଜାରୀ କୋର୍ଟରେ ଓକିଲ ଏବଂ ପୋଲିସ୍ ମଧ୍ୟରେ ସଙ୍ଘର୍ଷ ଉଗ୍ର ରୂପ ନେଇଛି। ଏହା ଫଳରେ କେତେକ ବାହାନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀମାନେ। ପ୍ରଥମିକ ସୂଚନାଅନୁଯାୟୀ ପାର୍କିଂଙ୍ଗ କୁ ନେଇ ଏହି ସଙ୍ଘର୍ଷ ଆରମ୍ଭ ହୋଇଥିଲା। ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପୁଷ୍ଟି ହୋଇନାହିଁ ନିଆଁ କିଏ ଲଗାଇଲା ଏବଂ କ’ଣ ପାଇଁ ଏହି ସଂଘର୍ଷ ଉଗର୍ ରୂପ ନେଲା, ତାହା ଜଣାପଡ଼ିନାହିଁ। ଦିଲ୍ଲୀ ପୋଲିସ୍ ଆଖପାଖର ଅନେକ ପୋଲିସ୍ ଙ୍କୁ ସେଠାରେ ଆଇନ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଠାଯାଇଛି। ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ପୋଲିସ୍ ଗାଡ଼ିରେ ନିଆଁ ଲାଗିଥିବା ଜଣାପଡ଼ିଛି। ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଉଛି।