Home ଓଡ଼ିଶା SBI ର ୪୨ କୋଟି ଗ୍ରାହକ ସାବଧାନ୍ ! ଏମିତି କଲେ ଖାଲି ହୋଇଯିବ ଆପଣଙ୍କ...

SBI ର ୪୨ କୋଟି ଗ୍ରାହକ ସାବଧାନ୍ ! ଏମିତି କଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

2039

ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆପୁଅ) SBI ର ୪୨ କୋଟି ଗ୍ରାହକଙ୍କୁ ସାବଧାନ ! ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (State Bank of India) ନିଜର ଏକ ଟ୍ଵିଟରେ ଗ୍ରାହକମାନଙ୍କୁ ସାବଧାନ କରି କହିଛିଯେ, ଏବେ ଏପରି କୌଣସି ମଧ୍ୟ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ, ଯାହାଫଳରେ ଆପଣଙ୍କର ଆକାଉଁଣ୍ଟରୁ ସବୁ ଟଙ୍କା ଗାୟବ ହୋଇଯିବ। ଯେପରିକି ଇନକମ ଟ୍ୟାକ୍ସ ରିଫଣ୍ଡ ବିଷୟରେ ରିକ୍ଵେଷ୍ଟ କରିବାର କଥା କୁହାଯାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ ସୂଚନା ଦେଇଛିଯେ, ଇନକମ ଟ୍ୟାକ୍ସ ରିଫଣ୍ଡ ନାମରେ ହେଉଥିବା ଠକେଇ ହେଉଛି। ତେଣୁ ଠକେଇରୁ ଦୂରେଇ ରହିବା ପାଇଁ SBI କହିଛିଯେ, କୌଣସି ମଧ୍ୟ ଏସଏମଏସ ଯେଉଁଥିରେ ଟ୍ୟାକ୍ସ ରିଫଣ୍ଡ ବିଷୟରେ ଲେଖାଯାଇଥିବ ଏବଂ ଏକ ଲିଙ୍କକୁ କ୍ଲିକ କରିବା ପାଇଁ କୁହାଯାଇଥିବ। ସେହି ଲିଙ୍କକୁ କ୍ଲିକ କରନ୍ତୁ ନାହିଁ ଏବଂ ସେଥିରେ ଟ୍ୟାକ୍ସ ରିଫଣ୍ଡ ରିକ୍ଵେଷ୍ଟ କରନ୍ତୁ ନାହିଁ। ଏହି ମ୍ୟାସେଜ୍ କୁ ଇଗ୍ନୋର କରନ୍ତୁ ଏବଂ ଏହାକୁ ରିପୋର୍ଟ କରନ୍ତୁ।

ଏହି ଟ୍ଵିଟରେ SBI ଏକ ଆନିମେଟେଡ ଭିଡ଼ିଓ ମଧ୍ୟ ଜାରୀ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.