Home ଓଡ଼ିଶା ପହଁରି ନ ପାରି ନାଳରେ ବୁଡି ଗଲା ଜୀବନ

ପହଁରି ନ ପାରି ନାଳରେ ବୁଡି ଗଲା ଜୀବନ

148

ମାଲକାନଗିରି, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ନାଳ ପାର ହେଲାବେଳେ ଗଲା ଜୀବନ। ମାଲକାନଗିରି ରାଳେଗାଡ଼ା ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାଟି ହେଲା, ନାଳ ପାର ହେଲାବେଳେ ଗଲା ଜୀବନ। ଗୁରୁ ପାଙ୍ଗି, ନିକଟସ୍ଥ ଗ୍ରାମ ଟେକପଦରକୁ ଯିବାପାଇଁ ନାଳ ପାର ହେଲା ବେଳେ ଜୀବନ ଯାଇଛି। ଯାହାଫଳରେ ସାରୁକବନ୍ଧ ନାଳରେ ଭାସିଯାଇ ସେ ମୃତ୍ୟୁ ବରଣ କରିଥିଲେ। ଗୁରୁ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ପରିବାରର ୫ଜଣ ସଦସ୍ୟ ବର୍ତ୍ତମାନ ତାଙ୍କ ମୃତ୍ୟୁ ପରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ କହି ତାଙ୍କ ପରିବାର ପାଇଁ ସରକାରୀ ସହାୟତା ଅନୁରୋଧ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ଶବ ଵ୍ୟଵଛେଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.