ଭୁବନେଶ୍ଵର, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ସାମୁଦ୍ରିକ ଝଡ ‘କ୍ୟାର’ ପରେ ଏବେ ଆଉ ଏକ ଝଡ ମାଡି ଆସୁଛି। ଯାହାର ନାଁ ‘ମାହା’ ରଖାଯାଇଛି। ସ୍ଥଳଭାଗ କୁ ଏହା ଧୀରେ ଧୀରେ ଆସୁଥିବାରୁ ଏକ ବିରାଟ ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ନଭେମ୍ବର ୨ରୁ ୪ ତାରିଖ ମଧ୍ୟରେ ଏକ ବଡ଼ ବିପଦ ଗପିବାକୁ ଯାଉଛି ବୋଲି ଆମେରିକୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏହାସହ ଗୋଟିଏ ସମୟରେ ଦୁଇ ଦୁଇଟି ସାମୁଦ୍ରିକ ଝଡ ସୃଷ୍ଟି ହେବା ଆଶ୍ଚର୍ଯ୍ୟର କଥା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଉତ୍ତର-ପୂର୍ବ ମାଳଦୀପଠାରୁ ୫୪୦ କିଲୋମିଟର ଏବଂ ଉତ୍ତର-ପଶ୍ଚିମ ଥିରୁଅନନ୍ତପୁରମ୍ଠାରୁ ୩୨୦ କିଲୋମିଟର ଦୂରରେ ରହିଛି। ଗୁରୁବାର ଏହି ଘୂର୍ଣ୍ଣିବାତ୍ୟା ଲକ୍ଷାଦ୍ବୀପର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ଭୀଷଣ ରୂପ ଧାରଣ କରିବ। ଅକ୍ଟୋବର ୩୧ରୁ ନଭେମ୍ବର ୧ ତାରିଖ ଯାଏ ‘ମହା’ ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି।