Home ଓଡ଼ିଶା ପ୍ରସ୍ତାବିତ ହୋଲଡିଙ୍ଗ ଟ୍ୟାକ୍ସ ବୃଦ୍ଧି ପ୍ରତ୍ୟାହାର ଓ ବେଆଇନ୍ ପାର୍କି ଫିର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବିରେ...

ପ୍ରସ୍ତାବିତ ହୋଲଡିଙ୍ଗ ଟ୍ୟାକ୍ସ ବୃଦ୍ଧି ପ୍ରତ୍ୟାହାର ଓ ବେଆଇନ୍ ପାର୍କି ଫିର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବିରେ ୧ ନଭେମ୍ବର ବି.ଏମ୍.ସି. ଘେରାଉ

117

ଭୁବନେଶ୍ୱର, ୩୧ା୧୦ (ଓଡ଼ିଆ ପୁଅ) : ପ୍ରସ୍ତାବିତ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଓ ବିଗତ ୧୦ ବର୍ଷ ଧରି ବି.ଏମ୍.ସି. ପକ୍ଷରୁ ଆଦାୟ ହେଉଥିବା ବେଆଇନ୍ ପାର୍କିଂ ଫି ର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଦାବି କରି ସମାଜବାଦୀ ପାର୍ଟି, ସି.ପି.ଆଇ. (ଏମ୍), ସି.ପି.ଆଇ (ଏମ୍-ଏଲ୍) ଲିବରେସନ୍ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଆସନ୍ତା ଶୁକ୍ରବାର ୧ ନଭେମ୍ବର ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୪ ଦଳର ବୈଠକ ଆଜି ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଶ୍ରୀ ବେହେରାଙ୍କ ସମେତ ସମାଜବାଦୀ ପାର୍ଟି ପକ୍ଷରୁ ସୁଦର୍ଶନ ପ୍ରଧାନ, ବିଜୟ ବେହେରା ଓ ସଂଜୟ ନାୟକ, ସି.ପି.ଏମ୍ ପକ୍ଷରୁ ସୁରେଶ ପାଣିଗ୍ରାହୀ, ସାର୍ଲ ମାରାଣ୍ଡି, ସି.ପି.ଆଇ. (ଏମ୍-ଏଲ୍) ଲିବରେସନ୍ ପକ୍ଷରୁ ମହେନ୍ଦ୍ର ପରିଡ଼ା ଓ ଫରୱାର୍ଡ ବ୍ଲକ ପକ୍ଷରୁ ଜ୍ୟୋତିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଯେପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିମାନେ କାର୍ଯ୍ୟଭାର ଗ୍ରହଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏହିଭଳି ଏକ ଜନବିରୋଧି ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ବି.ଏମ୍.ସି. କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପିତ କରାଯିବା ପାଇଁ ସ୍ଥିର କରାଯାଇଛି। ଏହାବ୍ୟଥୀତ ବିଗତ ଦଶନ୍ଧି ଧରି ବି.ଏମ୍.ସି. ପକ୍ଷରୁ ଆଦାୟ କରାଯାଉଥିବା ବେଆଇନ୍ ପାର୍କିଂ ଫି ର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବାକୁ ମଧ୍ୟ ଏହି ବୈଠକରେ ଦାବି କରାଯାଇଛି। ଏଠାରେ ଉଲ୍ଲେଖଥାଉକି, ବି.ଏମ୍.ସି. କର୍ତ୍ତୃପକ୍ଷ ଯଦି ଏହି ନିଷ୍ପତ୍ତିକୁ ମାନି ନ ନିଅନ୍ତି, ତାହେଲେ ଆଗାମୀ ଦିନରେ ଜନଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.