ଯାଜପୁର୩୦ା୧୦(ଓଡିଆ ପୁଅ)ଯାଜପୁରରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ନେଇ ଏକ ବୈଠକ ହୋଇଥିଲା । ସେଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ, ନଭେମ୍ୱର ୨ ଓ ୩ ତାରିଖରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେ ହେତୁ କାଳୀ ପୂଜା ଯାଜପୁରର ଏକ ଗଣ ପର୍ବ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ ନଭେମ୍ୱର ୨ ଓ ୩ ପରିବର୍ତ୍ତେ ୭ ଓ ୮ ରେ ଭସାଣି ଉତ୍ସବ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ବୈଠକ ଆହୁତ ହୋଇଥିଲା । ଏହି ବୈଠକରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ନଭେମ୍ୱ ୭ ଓ ୮ ରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀଦାସ ମତବ୍ୟକ୍ତ କରିଥିଲେ । ଏଥିରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିେ ଦ୍ଦ ର୍ଶକ ଇନ୍ଦ୍ରମଣି ନାୟକ, ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ, ସାଧାରଣ ଓ ବିବିଧ ବିଭାଗ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ଓ ବରିଷ୍ଠ କିରାଣୀ ମଦନ ମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ । B.N.Patri